ତାପସୀ ପନ୍ନୁଙ୍କ ବିରୋଧରେ ହତ୍ୟା ମାମଲା … କେମିତି ଏ କାହାଣୀ

ଅଭିନେତ୍ରୀ ତାପସୀ ପନ୍ନୁ ଏବେ ଚର୍ଚ୍ଚାରେ । ଚର୍ଚ୍ଚା ଏୟାଯେ ତାଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ, ସେ ପୁଣି ତାଙ୍କ ସ୍ବାମୀଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଜେରା କରୁଛି। କଥା ଟା ବେଶୀ ବୁଲେଇବା ଠିକ ନୁହେଁ। କାରଣ ଅବିଭାହିତା ତାପସୀ ପନ୍ନୁଙ୍କ ବିରୋଧରେ ପୁଣି ସ୍ବାମୀଙ୍କୁ ହତ୍ୟା କରିବାର ଅଭିଯୋଗ ଆସିଛି। କଥା ହେଉଛି ତାପସୀଙ୍କର ନୂଆ ଫିଲ୍ମ ହସିନା ଦିଲରୁବା ର ଟ୍ରେଲର ଆସିଛି। ଫିଲ୍ମରେ ତାପସୀ ପନ୍ନୁ ରାନି ଭୂମିକାରେ ଆସିଛନ୍ତି । ନିଜ ବୈବାହିକ ଜୀବନକୁ ନେଇ ସେ ସେତେଟା ସନ୍ତୁଷ୍ଟ ନାହିଁ। ଆଉ ଆଗକୁ ଯିବା ପୂର୍ବରୁ ଆପଣ ଟ୍ରେଲର ଦେଖିନିଅନ୍ତୁ ଏବଂ କଥାଟା ଟିକେ ଆନ୍ଦାଜ ଲଗେଇ ନିଅନ୍ତୁ।

ଫିଲ୍ମର ଷ୍ଟୋରି ଲାଇନ ଏମିତି ଅଛି । ଖୁବ ଷ୍ଟାଇଲିସ ଝିଅ ରାନି ଏକ ଛୋଟ ସହରର ସାଧାରଣ ଯ଼ୁବକ ରିଷଭ,( ବିକ୍ରାନ୍ତ ମାସେ)କୁ ବିବାହ କରେ । ଘରେ କାଇଦା କଟକଣା ରାନିର ସ୍ବପ୍ନର ଦୁନିଆ ଆଗରେ ପାଚେରୀ ହୋଇ ଠିଆ ହୁଏ । ଏମିତିକି ସ୍ବାମୀକୁ ବି ଆଉ ପସନ୍ଦ କରିପାରେନି ରାନି । ଧିରେ ଧିରେ ପଡ଼ିଶା ଘରର ଷ୍ଟାଇଲିସ ୟଙ୍ଗ ମ୍ୟାନ ନୀଲ ତ୍ରିପାଠୀ (ହର୍ଷବର୍ଦ୍ଧନ ରାଣେ) ସହିତ ରାନିର ସଂପର୍କ ବଢ଼ିଚାଲେ । ଆଉ ରାନି ଲକ୍ଷ୍ମଣରେଖା ଡେଇଁବା ବେଳକୁ ତାର ସ୍ବାମୀର ମୃତ୍ୟୁ ହୁଏ । ପୋଲିସର ସନ୍ଦେହ ରାନି ଉପରେ ବଢ଼େ। ଉପନ୍ୟାସର ଚରିତ୍ରମାନଙ୍କୁ ବାସ୍ତବ ଭାବିନେଇଥିବା ରାନି ପୋଲିସକୁ ମଧ୍ୟ ଉପନ୍ୟାସର କାହାଣୀ ବତାଏ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିନିଲ ମ୍ୟାଥ୍ୟୁ । ନେଟ ଫ୍ଲିକ୍ସରେ ଜୁଲାଇ 2 ତାରିଖରେ ହସିନ ଦିଲରୁବା ରିଲିଜ ହେବ

 

Leave a Reply

Your email address will not be published. Required fields are marked *