ୱାଶିଂ ମେସିନ୍‌ରେ ସଫା କରନ୍ତୁନି ଏହି ୪ ପ୍ରକାରର ପୋଷାକ

ଭୁବନେଶ୍ଵର, ୧୬/୦୪ : ଅଧିକାଂଶ ଲୋକ ପୋଷାକ ସଫା କରିବା ପାଇଁ ଘରେ ୱାଶିଂ ମେସିନ୍‌ର ବ୍ୟବହାର କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନଥାଏ ଯେ କେଉଁ ପୋଷାକ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍‌ । ଫଳରେ ସବୁ ପୋଷାକପତ୍ରକୁ ୱାଶିଂ ମେସିନ୍‌ରେ ପକାଇ ସଫା କରିଥାନ୍ତି । କିନ୍ତୁ ଆପଣ ଜାଣିନାହାଁନ୍ତି  ଏହା ପୋଷାକକୁ ଖରାପ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍ ନୁହେଁ।

ଉଲେନ୍‌ ପୋଷାକ : ଉଲେନ୍‌ ପୋଷାକ ହେଉ ଅବା ସ୍ୱେଏଟର୍‌ ଆଦିକୁ କେବେ ବି ୱାଶିଂ ମେସିନ୍‌ରେ ପକାଇବା ଅନୁଚିତ୍‌ । ଏହାକୁ ୱାଶିଂ ମେସିନ୍‌ରେ ସଫା କରିବା ଦ୍ୱାରା ଏହା କମ୍‌ ଦିନରେ ନଷ୍ଟ ହୋଇଯାଏ । ଏପରିକି ଉଲେନ୍‌ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଦ୍ୱାରା ଢିଲା ହେବା ସହ ଲୁମ ବାହାରିଯାଇଥାଏ । ତେଣୁ ଏହାକୁ ୱାଶିଂ ମେସିନ୍‌ ପରିବର୍ତ୍ତେ ଡ୍ରାଏ କ୍ଲିନ୍‌ ବା ହାତରେ ସଫା କରିବା ଉଚିତ୍‌।

ସିଲ୍କ ପୋଷାକ : ସିଲ୍କ ପୋଷାକ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଇଥାଏ । ତେଣୁ ଯଦି ଆପଣ ସିଲ୍କ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରୁଥାନ୍ତି । ତେବେ ଆଉ କରନ୍ତୁ ନାହିଁ । ଏହାକୁ ୱାଶିଂ ପାଉଡର୍‌ ଦେଇ ହାତରେ ସଫା କରି ନିଅନ୍ତୁ ।

ଲେଦର୍‌ ପୋଷାକ : ଲେଦର୍‌ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଅନୁଚିତ୍‌ । ଯଦି ଏହାକୁ ୱାଶିଂ ମେସିନ୍‌ରେ ସଫା କରନ୍ତି, ତେବେ ଲେଦର୍‌ ଦୁର୍ବଳ ହେବା ସହ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଇଥାଏ । ବେବି ବାଇପ୍ସ ସାହାଯ୍ୟରେ ଲେଦର୍‌ ପୋଷାକ ସଫା କରିବା ଉଚିତ୍‌ । ଯଦି ଏପରି ନ କରନ୍ତି, ତେବେ ଦାମୀ ଲେଦର ପୋଷାକ ହଠାତ୍‌ ନଷ୍ଟ ହୋଇଯାଇଥାଏ ।

ଅର୍ନ୍ତବସ୍ତ୍ର : ଯଦି ଆପଣ ନିଜର ଅର୍ନ୍ତବସ୍ତ୍ରକୁ ୱାଶିଂ ମେସିନ୍‌ରେ ସଫା କରୁଥାନ୍ତି, ତେବେ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । କାରଣ ଅନେକ ସମୟରେ ଅର୍ନ୍ତବସ୍ତ୍ରର ହୁକ୍‌ ଭାଙ୍ଗିଯାଇଥାଏ । ଏପରିକି ବେଳେ ବେଳେ ଏହି ହୁକ୍‌ ୱାଶିଂ ମେସିନ୍‌ରେ ଫସି ଯାଇଥାଏ ।

Leave a Reply

Your email address will not be published. Required fields are marked *