ଆପଣଙ୍କ ପିଲା ଅଧିକ ରାଗୁଛନ୍ତି କି ? ଦିଅନ୍ତୁ ତୁଳସୀ, କମିବ କ୍ରୋଧ

ଭୁବନେଶ୍ୱର, ୨୩/୧୦ : ପିଲା ଯଦି କଥାକେ କଥାକେ ଅତିରିକ୍ତ ରାଗିଯାଉଥାଏ ତେବେ ବାପା, ମା’ ତଥା ପରିବାରର ଅନ୍ୟ ଗୁରୁଜନମାନେ ଚିନ୍ତିତ ହେବା ସ୍ୱାଭାବିକ । ତେବେ ପିଲାର ଏହି କ୍ରୋଧଭାବ କମାଇବା ଲାଗି ନିଜର ଆଚରଣ ପ୍ରତି ବାପା, ମା’ ସର୍ବଦା ଜାଗ୍ରତ ରହିବା ଜରୁରି । ପିଲାକୁ ସର୍ବଦା ଶାନ୍ତ ତଥା ଧୈର୍ଯ୍ୟର ସହ ବୁଝାଇବା ଦରକାର । ଗ୍ରହ ପ୍ରଭାବରୁ ମଧ୍ୟ ପିଲା ରାଗି ହୋଇଥାଏ । ଏଣୁ ନିଜ ଆଚରଣ ବ୍ୟତୀତ କିଛି ଜ୍ୟୋତିଷ ଉପାୟ କରିବା ଭଲ । ଯଦି ଜ୍ୟୋତିଷ ଶାସ୍ତ୍ର ପ୍ରତି ଆସ୍ଥା ରହିଛି ତେବେ କେତୋଟି ଉପାୟ କଲେ ପିଲାର କ୍ରୋଧ ବା ରାଗ କ୍ରମେ କମିଯିବ ।

ଜ୍ୟୋତିଷ ଶାସ୍ତ୍ର କହେ..

ଭଗବାନ୍‌ କୃଷ୍ଣଙ୍କ ନିକଟରେ ତୁଳସୀ ଏବଂ ମିଶ୍ରି ଭୋଗ ଲଗାଇ ଏହାକୁ ପିଲାକୁ ଖାଇବାକୁ ଦିଅନ୍ତୁ ।
ଗାୟତ୍ରୀ ମନ୍ତ୍ର ଜପ କରି ପିଲାକୁ ଶୁଣାନ୍ତୁ । ଅତିକମ୍‌ରେ ୧୧ଥର ମନ୍ତ୍ର ଜପ କରିବା ଦରକାର ।

Leave a Reply

Your email address will not be published. Required fields are marked *