ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍‌ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍‌ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍ ଢଙ୍ଗର ବ୍ୟବହାର କରି ପାରିବ। ପିଲାଦିନର ଶିକ୍ଷାର ଅଭ୍ୟାସ ଭବିଷ୍ୟତରେ ପିଲାଙ୍କୁ ସଫଳ ମଣିଷ ହେବାରେ ସାହାଯ୍ୟ କରିଥାଏ।

ଘରର ଛୋଟ ଛୋଟ କାମ – ପିଲା ଦେଢ ବର୍ଷ ବୟସରୁ ହିଁ ଆପଣଙ୍କ ନିର୍ଦ୍ଦେଶକୁ ବୁଝି ପାରି ଥାନ୍ତି। ଏଥିପାଇଁ ତାଙ୍କୁ ଛୋଟ କାମ କରାଇ ତାଙ୍କ ମସ୍ତିଷ୍କକୁ ଆହୁରି ଭଲ ଭାବେ ଉନ୍ନତ କରାଯାଇ ପାରେ। ଯେମିତି କି ଖାଦ୍ୟର ପ୍ଲେଟ୍‌ ହଟେଇବା, ଗ୍ଲାସ ନେଇ ରୋଷେଇ ଘରେ ରଖିବା। ଆଉ ଟିକେ ବଡ଼ ହୋଇଯିବା ପରେ ନିଜେ ପାଣି ନେଇ ପିଇବାକୁ କହିବା। ଏମିତି ସବୁ ଛୋଟ କାମ ତାଙ୍କ ଦ୍ୱାରା କରାଇବା ଦ୍ୱାରା ତାଙ୍କର କାମ କରିବାରେ ଅଭ୍ୟାସ ପରିଣତ ହୋଇଯିବ ଏବଂ ସେ ନିଜ ଉପରେ ନିର୍ଭର କରିବା ଶିଖି ଯିବେ।

ସ୍କୁଲ ପାଇଁ ପ୍ରସ୍ତୁତ ହେବା – ପିଲାଙ୍କୁ ୫ବର୍ଷ ହେବା କ୍ଷଣି ସ୍କୁଲ୍‌ ପାଇଁ ନିଜେ ପ୍ରସ୍ତୁତ ହେବାକୁ କୁହନ୍ତୁ। ଡ୍ରେସ୍‌ ପିନ୍ଧିବା , ମୋଜା-ଜୋତା ପିନ୍ଧିବା । ପାନିଆରେ କେଶ ସଜାଇବା। ଏହିସବୁ କାମ ପିଲାଟି ନିଜେ କରିବା ଶିଖି ଗଲେ, ସେ ଆତ୍ମନିର୍ଭରଶୀଳ ହୋଇଯିବ।

ପିଲାଙ୍କ ସହ ଖେଳିବାକୁ ଛାଡ଼ନ୍ତୁ – ପିଲାକୁ କଲୋନୀ , ପାର୍କ ବା ସ୍କୁଲ ପିଲାଙ୍କ ସହ ଅଧିକ ସମୟ ବିତେଇବାକୁ ସୁଯୋଗ ଦିଅନ୍ତୁ। ଏଥିରେ ପିଲାଙ୍କ ଠାରେ କିଛି ନୂଆ ଓ କ୍ରିଏଟିଭ୍‌ କରିବାକୁ ମନ ହେବ। ସେ ନିଜର ସିମ୍ପଲ ଖେଳନାକୁ ନୂଆ ଉପାୟରେ ଖେଳିବାରେ ବୁଦ୍ଧି ଲଗେଇବେ। ଏହି କାମ ପିଲାଙ୍କ ମାଇଣ୍ଡ ସ୍କିଲ୍‌କୁ ଡେଭଲପ୍‌ କରିଥାଏ ।

ମ୍ୟୁଜିକ ଶୁଣାଇବା , ଡ୍ୟାନ୍ସ କରେଇବା – ପିଲାଙ୍କୁ କିଛି ସମୟ ମ୍ୟୁଜିକ ଶୁଣାଇବା , ଗୀତ ତାଳେ ତାଳେ ନାଚିବରା ଅଭ୍ୟାସରେ ପକାନ୍ତୁ । ଏଥିରେ ପିଲାର ମୁଡ୍‌ ଫ୍ରେଶ ହେବ ଏବଂ ସେ ପିଲା ନୂଆ ଜିନିଷକୁ ଶିଖିବାର ଉତ୍ସୁକତା ବିକଶିତ ହେବ।

ରୁଟିନ ଫିକ୍ସ କରିବା – ପିଲାଙ୍କର ଶୋଇବା , ଉଠିବା , ସ୍ନାନ , ଖାଇବା , ପଢ଼ିବା ଆଦି ସବୁ ଜିନିଷର ସମୟ ସ୍ଥିର କରନ୍ତୁ। ଏଥିରେ ପିଲା ନିଜର କାମକୁ ନେଇ ସଚେତନ ହେବ ଏବଂ ଆପଣଙ୍କ ଉପରେ ନିର୍ଭର କରିବେ ନାହିଁ। ଏହି କାମ ପିଲାଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *