ଭାରତରେ ପରିବାର ନିୟୋଜନର ମୂଳଦୁଆ ପକାଇଥିଲେ ଏହି ମହିଳା, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ…

ନୂଆଦିଲ୍ଲୀ, ୧୬/୧୦ : ରାସ୍ତାରେ ଯାଉଥିବା ଗାଡି କିମ୍ଵା ସହରର ବଡ଼ ବଡ଼ କୋଠାର କାନ୍ଥରେ ଆପଣ ପରିବାର ନିୟୋଜନ ପୋଷ୍ଟର ଦେଖିଥିବେ। ମେଟ୍ରୋ ଏବଂ ଟିଭି ଚ୍ୟାନେଲରେ କଣ୍ଡୋମର ବିଜ୍ଞାପନ ମଧ୍ୟ ଦେଖିଥିବେ। ସପିଂ ମଲ୍ ଏବଂ ଷ୍ଟୋରରେ ସାନିଟାରୀ ନାପକିନ୍ ମଧ୍ୟ ବିକ୍ରି ହେଉଥିବା ଦେଖିଥିବେ। ତେବେ କିଛି ବର୍ଷ ତଳେ ଏହି ସବୁ ଜିନିଷ ଗୁଡ଼ିକର ଏତେ ପ୍ରଚାର ପ୍ରସାର ନଥିଲା। ପରିବାର ନିୟୋଜନ ବିଷୟରେ ଲୋକମାନେ ଖୋଲାଖୋଲି ଭାବେ କଥା ହୋଇପାରୁ ନଥିଲେ। କଣ୍ଡୋମର ବିଜ୍ଞାପନ ଦେଖି ମୁହଁ ଲୁଚାଉଥିଲେ। ସାନିଟାରୀ ନାପକିନ୍ କଥା ନକହିବା ଭଲ। ତେବେ ଆମେ ଦୁଇ ଆମର ଦୁଇ, ଛୋଟ ପରିବାର ଖୁସି ପରିବାର ଆଜିକାଲି ସାଧାରଣ କଥା ହୋଇଗଲାଣି। ଆପଣ ଜାଣିଛନ୍ତି କି, ଏହି ମୁଦ୍ଦାକୁ ଉଠାଇଥିବା ମହିଳାଙ୍କ ବିଷୟରେ।

ଭାରତରେ ପରିବାର ନିୟୋଜନ-
ପରିବାର ନିୟୋଜନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଥିଲା। ୧୯୫୨ ମସିହାରେ ଭାରତରେ ପରିବାର ଯୋଜନା ନୀତି ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଥିଲା। ଜନସଂଖ୍ୟା ନିୟନ୍ତ୍ରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଦେଶରେ ଏହି କାର୍ଯ୍ୟକ୍ରମ ଲାଗୁ କରିବାର ଶ୍ରେୟ ଆୱାବାଇ ୱାଡିଆଙ୍କୁ ମିଳିଛି।

କିଏ ଆୱାବାଇ ୱାଡିଆ ?
୧୯୧୩ ମସିହାରେ କଲମ୍ଵୋରେ ଜନ୍ମ ଗ୍ରହଣ କରିଥିବା ଆୱାବାଇ ୱାଡିଆ ଖୋଲା ବିଚାର ରଖୁଥିବା ପରିବାରରେ ବଢିଥିଲେ। ଉଚ୍ଚ ଶିକ୍ଷା ହାସଲ କରିବା ପରେ ନିଜ ହିସାବରେ ଜୀବନ ବଞ୍ଚୁଥିଲେ। ଅୱାବାଇଙ୍କ ପିତା ଜଣେ ଶିପିଂ ଅଧିକାରୀ ଏବଂ ମାତା ଗୃହିଣୀ ଥିଲେ। ସେ ୟୁନାଇଟେଡ କିଙ୍ଗଡମ୍‌ରେ ବାର ପରୀକ୍ଷା ପାସ୍ କରିଥିଲେ। ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ତାଙ୍କର ଏହି ଉପଲବ୍ଧି ପରେ ଶ୍ରୀଲଙ୍କା ସରକାର ମହିଳାଙ୍କ ଆଇନ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ। ଏହାପରେ ସେ ଲଣ୍ଡନରେ କାମ କରିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କୁ ଲିଙ୍ଗଗତ ଭେଦଭାବର ସାମ୍ନା କରିବାକୁ ପଡ଼ିଥିଲା। ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ତାଙ୍କର ପରିବାର ଭାରତ ଚାଲି ଆସିଥିଲେ। ସେମାନେ ବମ୍ଵେରେ ଘର ନେଇଥିଲେ। ଏଠାରେ ସେ ଓକିଲାତି ଛାଡି ସମାଜସେବା କରିବାକୁ ଲାଗିଲେ। ଏହି ମଧ୍ୟରେ ୧୯୪୬ରେ ତାଙ୍କର ବିବାହ ହୋଇଥିଲା।

ଏହି ସମୟରେ ସମାଜରେ ମାତୃ ମୃତ୍ୟୁ ଏବଂ ଶିଶୁ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଥିଲା। ଏହି ସମୟରେ ପରିବାର ନିୟୋଜନ ବିଷୟରେ କଥା ହେବା ଅପରାଧ ଭଳି ଥିଲା। ଏହି ସମୟରେ ଅୱାବାଇ ୧୯୪୯ରେ ପରିବାର ନିୟୋଜନ ଆଶୋସିଏସନ ଅଫ୍ ଇଣ୍ଡିଆର ପ୍ରତିଷ୍ଠା କରିଥିଲେ। ସେ ସରକାରଙ୍କ ପର୍ଯ୍ୟନ୍ତ ଏହି ବାର୍ତ୍ତା ପହଞ୍ଚାଇଥିଲେ। ବହୁ ଚେଷ୍ଟା ପରେ ଭାରତରେ ପରିବାର ନିୟୋଜନ ଲାଗୁ ହୋଇଥିଲା।

Leave a Reply

Your email address will not be published. Required fields are marked *