କ୍ୟାଣ୍ଡି ଏବଂ ଚକୋଲେଟ୍ ଚୋରି କରୁଛନ୍ତି ମାଆ, ତାଙ୍କୁ ଜେଲ୍ ପଠାଅ… ଥାନାରେ ଅଭିଯୋଗ କଲେ ୩ ବର୍ଷର ଶିଶୁ

ଭୋପାଳ, ୧୭/୧୦ : ମାଆ ବିରୋଧରେ ଅଭିଯୋଗର ଲମ୍ଵା ତାଲିକା ଧରି ଥାନାରେ ପହଞ୍ଚିଲା ପୁଅ। ଅଭିଯୋଗକାରୀଙ୍କୁ ଦେଖି ପୋଲିସ ତାଜୁବ। ଅଭିଯୋଗକାରୀଙ୍କୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ଏହି ଅଭିଯୋଗକାରୀ କିଏ ? କଣ ହୋଇଛି ତାଙ୍କ ସହ ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ମଧ୍ୟପ୍ରଦେଶ ବୁରହାନପୁର ଦେଡତଲାଇରେ ଏକ ରୋଚକ ଘଟଣା ଘଟିଛି। ଏକ ୩ ବର୍ଷର କୁନି ଶିଶୁ ତାର ମାଆଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି। ଶିଶୁଙ୍କୁ ତାନାରେ ପୋଲିସ ଦେଖି ତାଜୁବ ହୋଇଯାଇଛି। ଶିଶୁଟି ଅଭିଯୋଗ କରିଛି ଯେ, ତାର ମାଆ ସବୁ କ୍ୟାଣ୍ଡି ଏବଂ ଚକୋଲେଟ୍ ଚୋରି କରି ନେଉଛନ୍ତି। ତାଙ୍କୁ ଜେଲ୍‌ରେ ଛାଡ଼ିଦିଅ।

ନିଷ୍ପାପ ଶିଶୁଟିର ଏଭଳି ଅଭିଯୋଗ ଶୁଣି ପୋଲିସ ଅଫିସରଙ୍କ ସମେତ ଉପସ୍ଥିତ ଲୋକମାନେ ନିଜ ହସକୁ ଅଟକାଇପାରି ନଥିଲେ। ତେବେ ଏସଆଇ ପ୍ରିୟଙ୍କା ନାଏକ ଦେଖାଣିଆ ଭାବରେ ଶିଶୁଟିର ଅଭିଯୋଗ ଗୋଟିଏ କାଗଜରେ ଲେଖୁଥିବା ମଧ୍ୟ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *