ଜାଣନ୍ତୁ ମେକଅପ୍ ବ୍ରସ୍ ରେ କେମିତି କରିବେ ମେକଅପ୍

ମେକ୍ଅପ ତ ସବୁ ମହିଳା କରିଦିଅନ୍ତି । ମାତ୍ର ମେକ୍ଅପ୍ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ୍ କରିଦିଅନ୍ତି । ଫଳରେ ଚେହେରା ସୁନ୍ଦର ଦେଖାଯିବା ପରିବର୍ତେ ବହୁତ ଅଜବ ଦେଖାଯାଇଥାଏ । ମେକ୍ଅପ୍ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକ୍ଅପ୍ ବ୍ରଶ୍ର । କାରଣ ବ୍ରଶ୍ ବିନା ମେକଅପ୍ ନେବା ଅସମ୍ଭବ ହୋଇଥାଏ । ଆଜି ଆମେ ଜାଣିବା ଅଧିକାଂଶ ବ୍ୟବହାର ହେଉଥିବା କିଛିଟା ମେକଅପ୍ ବ୍ରଶ୍ ବିଷୟରେ ।

ଫାଉଣ୍ଡେସନ୍ ବ୍ରଶ: ମେକ୍ଅପ ନେବା ସମୟରେ ତ୍ୱଚାରେ ଫାଉଣ୍ଡେସନ୍ ବା ବ୍ରଶ ଲଗାଇବା ସମୟରେ ଏହି ବ୍ରଶର ବ୍ୟବହାର ହୁଏ । ଫାଉଣ୍ଡେସନ୍ ବ୍ରଶ ସାହାଯ୍ୟରେ ଏହା ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଏକ ନାଚୁରାଲ ଲୁକ୍ ଦେଇଥାଏ।

କନ୍ସିଲର ବ୍ରଶ: କନ୍ସିଲର ସାହାଯ୍ୟରେ ତ୍ୱଚାରେ ଥିବା ଯେକୌଣସି ଦାଗ ଲୁଚା ଯାଇପାରିବ । ଆଙ୍ଗୁଳି ସାହାଯ୍ୟରେ ହାଲୁକା ଏହାର ବ୍ୟବହାର କରିପାରିବେ । କିନ୍ତୁ ଯଦି ଆପଣ କନ୍ସିଲର ବ୍ରଶ ସାହାଯ୍ୟରେ ଏହାକୁ ଲଗାଇବେ ଏହାଦ୍ୱାରା ଆପଣଙ୍କ ସମୟ ବଂଚିବା ସହିତ ଏହା ଭଲ ଭାବରେ ତ୍ୱଚାରେ ମିଶିଯିବ ଓ ଶୁଷ୍କ ହେବ ନାହିଁ ।

ବ୍ଲସର ବ୍ରଶ: ବ୍ଲସରକୁ ବ୍ଲେଣ୍ଡ୍ କରିବା ନିମନ୍ତେ ଏହି ବ୍ରଶର ବ୍ୟବହାର କରାଯାଏ । ଯାହା ବ୍ଲଶରକୁ ଅତି ସହଯରେ ତ୍ୱଚାରେ ବ୍ଲେଣ୍ଡ କରିଥାଏ । ଯାହା ଆପଣଙ୍କୁ ପରଫେକ୍ଟ ବ୍ଲେଣ୍ଡିଙ୍ଗ୍ ଲୁକ୍ ଦେଇଥାଏ ।

ଲିପ୍ ବ୍ରଶ୍: ଲିପ୍ ବ୍ରଶ ସାହାଯ୍ୟରେ ଲିପଷ୍ଟିକ୍ ଲଗାଇବା ଆବଶ୍ୟକ । କାରଣ ଏହାଦ୍ୱାରା ଓଠରେ ଲିପଷ୍ଟିକ୍ ଭଲଭାବରେ ଲାଗିବା ସହ ବାହାରକୁ ବାହାରି ଆସିନଥାଏ । ଏହି ବ୍ରଶର ତୂଳୀ ସମାନ ଓ ଆଗଆଡ଼କୁ ବାହାରିଲା ପରି ହୋଇଥାଏ । ଯାହାଦ୍ୱାରା ଓଠରେ ଭଲରେ ଲିପଷ୍ଟିକ୍ ଲାଗିଥାଏ ।

ଆଇଲାଇନର ବ୍ରଶ: ଏହି ବ୍ରଶର ତୂଳୀ ଅଧିକ ପତଳା ଓ ଏହାର ହ୍ୟାଣ୍ଡେଲ ଲମ୍ବା ହୋଇଥିବାରୁ ଏହା ସାହାଯ୍ୟରେ ଆଇଲାଇନର ଲଗାଇବାକୁ ସହଜ ହୋଇଥାଏ । ଏହା ସାହାଯ୍ୟରେ ସୁନ୍ଦର ଲାଇନ୍ ହୋଇପାରିବ ।

Leave a Reply

Your email address will not be published. Required fields are marked *