ଓଆରଏସ ଅତି ଅତ୍ୟାବଶ୍ୟକ ଘରେ ରଖିବା, ଜାଣନ୍ତୁ ଏହାର ଜନକଙ୍କ ବିଷୟରେ

 ଓଆରଏସ ସହିତ ଆପଣ ଅଳ୍ପ ବହୁତେ ପରିଚିତ । ସାମାନ୍ୟ ଝାଡ଼ବାନ୍ତି ଥକାପଣ ଲାଗିଲେ ଆପଣ ଘରେ ଏହାକୁ ରଖି ପିଇ ଦେଇଥାନ୍ତି। ଏହା ଏମିତି ଏକ ଦ୍ରବଣ ଯ଼ାହାକି ମଣିଷର ଜୀବନ ବଞ୍ଚାଇଥାଏ । ଏହି ଓଆରଏସ ଘରେ ଘରେ ପରିଚିତ ଆଉ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା ସାଧାରଣ ଦ୍ରବଣ ।ଜାଣିଛନ୍ତି କି ଓଆରଏସକୁ ବାହାର କରିଥିଲେ ଡକ୍ଟର ଦିଲ୍ଲୀପ ମହାଲନାବିସ । ଯ଼ାହାଙ୍କର ନିକଟରେ ଦେହାନ୍ତ ହୋଇଯ଼ାଇଛି।  କୁହାଯ଼ାଏ ମହାଲନାବିସଙ୍କ ଏହି ଆବିଷ୍କାର ପାଇଁ ତାଙ୍କୁ ନୋବେଲ ମିଳିବା କଥା। କିନ୍ତୁ ଦୁଃଖର ବିଷୟ ଭାରତରେ ତାଙ୍କୁ ପଦ୍ମ ପୁରସ୍କାର ବି ମିଳିନାହିଁ । ଏମିତି କିଛି ପ୍ରକାଶ କରିଛନ୍ତି ବହୁ ନେଟିଜେନ ଯ଼େଉଁମାନେ ମହାଲନାବିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟ୍ବିଟ କରିଛନ୍ତି ।

1934ରେ ଜନ୍ମ ହୋଇଥିବା ଦିଲ୍ଲୀପ ମହାଲନାବିସ ଡାକ୍ତରୀ ପାଠ ପରେ ଲଣ୍ଡନରେ ଶିଶୁରୋଗ ଉପରେ ଅଧିକ ପାଠ ପଢ଼ିଥିଲେ ।  ପଶ୍ଚିମବଙ୍ଗର 24 ପ୍ରଗଣାରେ କାର୍ଯ଼୍ୟ କରିବା ସମୟରେ ସେ ଏହି ଓଆରଏସକୁ ଆବିଷ୍କାର କରିଥିଲେ।1971 ମସିହାରେ ବାଂଲାଦେଶ ମୁକ୍ତି ସଂଗ୍ରାମର ନିଆଁ ଜଳୁଥାଏ।। ଲକ୍ଷ ଲକ୍ଷ ଲୋକ ବାଂଲାଦେଶ ଛାଡ଼ି ଚାଲିଆସିଥିଲେ ଭାରତ। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଶିବିର କରି ଶରଣାର୍ଥୀ ଭାବେ ରଖାଯ଼ାଇଥାଏ । ତେବେ ଯ଼ୁଦ୍ଧ ଦାଉଠାରୁ ବଳି ପଡ଼ିଲା ସଂକ୍ରାମକ ରୋଗ । ଝାଡ଼ାବାନ୍ତି ହଇଜାରେ ଆକ୍ରାନ୍ତ ହେଲେ ଶହ ଶହ ଲୋକ। ଏତେ ସଂଖ୍ୟକ ଲୋକଙ୍କୁ ଚିକିତ୍ସା ପାଇଁ ଦରକାର ପଡୁଥିଲା ସାଲାଇନ। ହେଲେ ହଜାର ହଜାର ଲୋକଙ୍କ ପାଖରେ ସାଲାଇନ ପହଞ୍ଚାଇବା ବି ସହଜ କଥା ନଥିଲା । ଏଣେ ଶରୀରରୁ ଜଳୀୟ ଅଂଶ ଅଭାବ ପାଇଁ ଶିଶୁମାନଙ୍କର ମୃତ୍ୟୁ ବଢ଼ି ବଢି ଚାଲୁଥିଲା। ଏହି ସମୟରେ ଦିଲ୍ଲୀପ ମହାଲାନାବିସ ଅନୁଭବ କଲେ କି ସାଲାଇନ ଦେବା ଅପେକ୍ଷା ଯ଼ଦି  ଲୁଣ ଚିନିର ଦ୍ରବଣ ରୋଗୀକୁ ପିଆଇ ଦିଆଯାଏ ତେବେ ରୋଗୀକୁ ଏହା ସତେଜ ରଖିପାରିବ। ଜଟିଳ ରୋଗ ପାଇଂ ଏକ ସରଳ ଚିକିତ୍ସା ପଦ୍ଧତିର ଅୟମ ଆରମ୍ଭ ହେଲା । ତାହା ହେଲା ଓଆରଏସ ବା ଓରାଲ ରିହାଇଡ୍ରେସନ ସଲ୍ୟୁସନ। ଏହି ଓଆରଏସ ହିଁ ହଜାର ହଜାର ପିଲା ବୟସ୍କଙ୍କର ଜୀବନ ବଞ୍ଚାଇଲା। ଦକ୍ଷିଣ ଏସୀୟ ଦେଶରେ ଶିଶୁ ମୃତ୍ୟୁ ସବୁବେଳେ ଉଦବେଗଜନକ ରହି ଆସିଥିବା ବେଳେ ଏହି ଓଆରଏସ ହିଁ ଶିଶୁ ମୃତ୍ୟୁରେ ଚେକ ଦେଲା ।

ଦିଲ୍ଲୀପ ମହାଲାନାବିସଙ୍କ ଏହି ନିଷ୍ଠା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାଙ୍କୁ ପ୍ରଶଂସା କରିଛି । ଡବ୍ଲୁଏଚଓର ସେ କନସଲ୍ଟାଣ୍ଟ ମଧ୍ୟ ଥିଲେ। ଆଫଗାନିସ୍ତାନ, ଗ୍ରୀସ ଭଳି ଦୁର୍ଭିକ୍ଷ ପ୍ରବଣ ଅଞ୍ଚଳରେ ସେ କାର୍ଯ୍ୟ କରିଛନ୍ତି । 2002ରେ ପେଡିଆଟ୍ରିକ୍ସର ସର୍ବୋଚ୍ଚ ସମ୍ମାନ ପୋଲିତ ସମ୍ମାନ ତାଙ୍କୁ ଦିଆଯ଼ାଇଥିଲା ।  86 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯ଼ାଇଛି । ଆମେ ଜୀବନ ବଞ୍ଚାଇପାରୁଥିବା ଓଆରଏସକୁ ଘରେସାଇତି ରଖୁଛୁ, ଏଥିସହିତ ସେହି ଡାକ୍ତରଙ୍କୁ ମଧ୍ୟ ସାଲ୍ୟୁଟ ଜଣାଇବା।

Leave a Reply

Your email address will not be published. Required fields are marked *