ଦୁବାଇ ଯାତ୍ରା ବେଳେ ହଠାତ ଯାତ୍ରୀଙ୍କ କାର୍ଡିଆକ ଆରେଷ୍ଟ ହେଲା

ମଝି ଆକାଶରେ ବିମାନ ଯ଼ାତ୍ରା ସମୟରେ ହଠାତ ଯ଼ାତ୍ରୀଙ୍କୁ ହେଲା ହାର୍ଟ ଆଟାକ । ଏହାପରେ କଣ ହୋଇଥିବ ଭାବନ୍ତୁ । କଣ ସଂପୃକ୍ତ ଯ଼ାତ୍ରୀଙ୍କୁ  ବଞ୍ଚାଯ଼ାଇପାରିଲା ନା ଆଉ କଣ ଘଟିଲା ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ।  ନିଶ୍ଚୟ ଭାବେ ଯ଼ାତ୍ରୀଙ୍କୁ ବଞ୍ଚାଇଦିଆଗଲା। ତେବେ କେମିତି ଜାଣନ୍ତୁ । ବିମାନଟି ଯ଼ାଉଥିଲା କନ୍ନରୁରୁ ଦୁବାଇ । ଗୋ ଫାଷ୍ଟ ଫ୍ଲାଇଟ ବିମାନ ଟି ମେ 8 ତାରିଖରେ ଦୁବାଇ ଅଭିମୁଖେ ଯ଼ାତ୍ରା ଆରମ୍ଭ କରିସାରିଥିଲା।

ବିମାନରେ ଥିବା ୟୁନୁସ ରେୟାନାରୋତ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯ଼ନ୍ତ୍ରଣା ହୋଇଥିଲା। ଏହି ସମୟରେ ପାଖ ପାସେଞ୍ଜରମାନେ ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଏବଂ ସାହାଯ଼୍ୟ ପାଇଁ ଚିଲ୍ଲାଇଥିଲେ। ବିମାନ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ ହେଲେ ସେତେବେଳକୁ ୟୁନୁସ ବେହୋସ ହୋଇଯ଼ାଇଥିଲେ। ତାଙ୍କର ପଲସ ବନ୍ଦ ହୋଇଯ଼ାଇଥିଲା ଏବଂ ହୃଦ କ୍ରିୟା ମଧ୍ୟ ଶିଥିଳ ହୋଇଯ଼ାଇଥିଲା। ତୁରନ୍ତ କ୍ରିୟୁମେମ୍ବର ୟୁନୁସଙ୍କ ସିପିଆର ଆରମ୍ଭ କରିଥିଲେ। ତାଙ୍କ ଛାତିକୁ ବାରମ୍ବାର ଚିପିବା ଜାରି ରଖିଥିଲେ। ଖାଲି ସେତିକି ନୁହେଁ ବିମାନରେ ଥିବା ଜଣେ ଡାକ୍ତର ଏମାନଙ୍କୁ ଗାଇଡ କରିଥିଲେ। ଡକ୍ଟର ସବର ଅହମ୍ମଦ ୟୁନୁସଙ୍କୁ ବଞ୍ଚାଇବା ଲାଗି ସମସ୍ତ ଚେଷ୍ଟା କରିଥିଲେ। କ୍ରିୟୁ ମେମ୍ବର ଶିଳ୍ପା, ଅଭିଷେକ ସୁମିତ ସିପିଆରରେ ଲାଗି ରହିଥିଲେ । ୟୁନୁସଙ୍କ ଛାତିରେ ବାରମ୍ବାର ଚାପ ଦେଇ ତାଙ୍କ ହୃଦକ୍ରିୟା ଚାଲୁ ରଖିବା ପାଇଁ ଚେଷ୍ଟା କରିଥିଲେ। ବିମାନ କମ୍ପାନିର କହିବା କଥା ଏହାର ଷ୍ଟାଫ ଏଥିପାଇଁ ଟ୍ରେନିଂ ନେଇଥାନ୍ତି ।

ଯ଼ାତ୍ରୀଙ୍କୁ କାର୍ଡିଆକ ଆରେଷ୍ଟ ହେଲେ କିଭଳି ଭାବେ ତାଙ୍କୁ ବଞ୍ଚାଯ଼ାଇପାରିଥିବ ସେନେଇ ସେମାନେ ତାଲିମ ପାଇଥାନ୍ତି।  ଯ଼ାହାକି ସେମାନେ ଉପଯ଼ୋଗ କରିଥିଲେ । ଯ଼ାହାର ଫଳ ମିଳିଥିଲା। ୟୁନୁସଙ୍କ ଜୀବନ ବଞ୍ଚିଯାଇଥିଲା । ଏଥିପାଇଁ ଗୋ ଫାଷ୍ଟ ବିମାନ କମ୍ପାନି ସେହି କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲା। ଯ଼ାହାର ଫଟୋ ମଧ୍ୟ କମ୍ପାନି ଟ୍ବିଟ କରିଛି।

Leave a Reply

Your email address will not be published. Required fields are marked *