ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା।

ତେବେ ସୀମାର ସପ୍ନକୁ ଏହା ମାରିପାରିନଥିଲା। ସ୍କୁଲ ଯ଼ିବି ଅନ୍ୟମାନଙ୍କ ଭଳି ପାଠ ପଢ଼ିବି ଏଥିପାଇଁ ଯ଼େତେ କଷ୍ଟ କରିବାକୁ ପଡୁ ପଛେ କରିବି। ସୀମା ସେୟା ହିଁ କରିଥିଲା। ଘର ଠାରୁ ସ୍କୁଲ 1 କିଲୋମିଟର ଦୂର । ସ୍କୁଲକୁ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସୀମା ଏମିତି ସ୍କୁଲକୁ ଯ଼ାଏ। ସାଙ୍ଗ ସାଥୀମାନେ ଯ଼େମିତି ଚାଲନ୍ତି ସୀମା ଗୋଟିଏ ଗୋଡ଼ରେ ସେମାନଙ୍କ ସହିତ ତାଳ ଦେବା ଲାଗି ସାହସ ବାନ୍ଧିଲା। ତେବେ କୁହାଯାଏ ଭଗବାନ ଚାହିଁଲେ ଦିନଟିଏ ଲାଗିବନି ଚମତ୍କାର ହେବା ଲାଗି। ସୀମାର ଏହି ଭିଡିଓ କେହି ସୋସିଆଲ ମିଡିଆରେ ସେୟାର କରିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆରେ ସୀମାର ଭିଜୁଆଲ ଦେଖାଦେଇଥିଲା।

 

ସୀମାର ଏହି ସ୍କୁଲ ଯ଼ିବା ଭିଡିଓ ଦେଖିଥିଲେ ସୋନୁ ସୁଦ। ଆଉ ନୁହେଁ ଝିଅର ସ୍କୁଲ ଯ଼ିବା ଲାଗି ସେ ହିଁ କିଛି କରିବେ ଏମିତି କିଛି ଟ୍ବିଟ କଲେ ସୋନୁ ସୁଦ। ସୀମା ଗୋଟିଏ ଗୋଡ଼ରେ ଚାଲିବନି ଦୁଇ ଗୋଡ଼ରେ ଚାଲିବ ଏଥିପାଇଁ ସେ ସବୁ ବ୍ୟବସ୍ଥା କରିବେ ବୋଲି ଲେଖିଲେ। ସୋନୁଙ୍କ ଟ୍ବିଟ ହେବା ପରେ ପରେ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ପହଞ୍ଚିଥିଲେ ସୀମା ନିକଟରେ। ଜିଲ୍ସାପାଳ ନିଜେ ସୀମାର ଗାଁରେ ପହଞ୍ଚୀ ତାକୁ ଗୋଟିଏ ତିନିଚକିଆ ସାଇକେଲ ଦେଇଥିଲେ। ଏଥିସହିତ ଭିନ୍ନକ୍ଷମମାନଙ୍କ ଚାଲିବା ଲାଗି ଏକ ପାଦ କରେଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ଖାଲି ସେତିକି ନୁହେଁ ଏବେ ଇଣ୍ଟରନେଟରେ ସୀମାକୁ ଆଶୀର୍ବାଦ ବୃଷ୍ଟି ହେଉଛି। ସୀମା ସଂପର୍କରେ ଆପଣ ବି ଦୁଇଧାଡ଼ି ଲେଖିଲେ କଣ ଲେଖିବେ?

 

Leave a Reply

Your email address will not be published. Required fields are marked *