ପୁଣି ଫୋନ କଲ ଦର ବଢ଼ିପାରେ

()  ଆପଣଙ୍କ ଫୋନ ବିଲ ପାଇଁ ଆଉ କିଛି ଅଧିକ ଖର୍ଚ୍ଚ କରିବା ଲାଗି ପ୍ରସ୍ତୁତ ହୁଅନ୍ତୁ. କାରଣ ପୁଣି ଘରୋଇ ଟେଲିକମ କମ୍ପାନିମାନେ ସେମାନଙ୍କ ତାରିଫ ବଢ଼ାଇବାକୁ ଯ଼ାଉଛନ୍ତି. ମାନେ ଆପଣ ଯେତିକି କଲ ଟାଇମ ଓ ଡେଟା ପାଇଁ ଯ଼େତିକି ଟଙ୍କା ଦେଉଛନ୍ତି ତାଠାରୁ ଆଉ କିଛି ଅଧିକ ଦେବେ . ମାତ୍ର ଦିନ କେଇଟା ଯ଼ାଇନି ନଭେମ୍ବର 2021ରେ ଟେଲିକମ କମ୍ପାନି ଗୁଡ଼ିକ ସେମାନଙ୍କର ତାରିଫ ବଢ଼ାଇଥିଲେ ଏବେ ପୁଣି ସେମାନଙ୍କର ମନ ହେଲାଣି ଗ୍ରାହକଙ୍କଠାରୁ ଟଙ୍କା ଶୋଷିବା ଲାଗି . ମିଳିଥିବା ସୂଚନା ଅନୁସାରେ ଏୟାରଟେଲ, ଜିଓ, ଭୋଡାଫୋନ ସେମାନଙ୍କ ପ୍ରିପେଡ ଫୋନ କଲ ଦର ବଢ଼ାଇବାକୁ ଯ଼ାଉଛନ୍ତି  . କମ୍ପାନିଗୁଡ଼ିକ ସେମାନଙ୍କର ଫୋନ କଲ ଦର 12 ପ୍ରତିଶତ ବଢ଼ାଇବା ନେଇ ସୂଚନା ମିଳିଛି . ଏମିତି ହେଲେ ଏୟାର ଟେଲ ହାରାହାରି ଜଣେ ଗ୍ରାହକଙ୍କଠାରୁ 200 ଟଙ୍କା ପାଇବା ଲାଗି ଟାର୍ଗେଟ କଲାଣି…ସେହିପରି ଜିଓ 185 ଟଙ୍କା ଏବଂ ଭୋଡାଫୋନ ଗ୍ରାହକ ପିଛା ହାରାହାରି 135 ଟଙ୍କା ପାଇବାକୁ ପ୍ଲାନ କରିଛନ୍ତି.

କମ୍ପାନିଗୁଡ଼ିକ ଟାର୍ଗେଟ କରିଛନ୍ତି ଯେ ଏବେବି 2G ଫୋନ ବ୍ୟବହାର କରୁଥିବା ଗ୍ରାହକଙ୍କୁ 4G ଫୋନକୁ ଆକର୍ଷିତ କରିବେ. ଏହା ଦ୍ବାରା ସେମାନେ ଅଧିକ ଫୋନକଲ ସାଙ୍ଗକୁ ଅଦିକ ଡେଟାର ପ୍ୟାକେଜ କିଣିବେ ଏହାଦ୍ବାରା ସେମାନଙ୍କର ଅଧିକ ଲାଭ ହେବ. ତେଣୁ ଆଗାମୀ ଦୀପାବଳୀ ବେଳକୁ ଫୋନକମ୍ପାନି ଗୁଡ଼ିକ ସେମାନଙ୍କର କଲ ଦର ବଢ଼ାଇବା ଲାଗି ଯ଼ୋଜନା ରଖିଛନ୍ତି .

ନଭେମ୍ବର 2021ରେ ଏହି ତିନି କମ୍ପାନି ଏୟାରଟେଲ, ଜିଓ ଏବଂ ଭୋଡାଫୋନ ସେମାନଙ୍କର କଲ କର 20ରୁ 25 ପ୍ରତିଶତ ବଢ଼ାଇଥିଲେ. ମାସକୁ ଯେଉଁ ପ୍ଲାନରେ ଆପଣ 79 ଟଙ୍କା ପୂର୍ବରୁ ଦେଉଥିଲେ ତାହା ଏବେ 99 ଟଙ୍କା ହୋଇଛି. ଏବେ ପୁଣି ଦର ବଢ଼ିଲେ 112 ଟଙ୍କା ହେବା ସମ୍ଭାବନା ରହିଛି. ତେଣୁ ଏବେ ଆପଣ କୁହନ୍ତୁ ଆପଣଙ୍କ ପ୍ଲାନ କଣ

Leave a Reply

Your email address will not be published. Required fields are marked *