80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ ହେଉଛନ୍ତି ପ୍ରଫୁଲ୍ଲ ଜେନା. ବୟସ 80 ଡେଇଁଗଲାଣି. ଏ  ବୟସରେ ବି ପ୍ରଫୁଲ୍ଲ ମଉସା କେବେ ଥକି ପଡ଼ିନାହାନ୍ତି ..ସାଇକଲର ଚକ ବୁଲିବା  ଭଳି ତାଙ୍କର ବୟସ ସିନା ବୁଲି ଯାଇଛି ହେଲେ ଏଥିରେ ତାଙ୍କ ଜୀବନର ଉଦ୍ଦାମତା କେବେ ଥମିନି . ଏ ବୟସରେ ବି ସେ  10 କିଲୋମିଟର ଯ଼ାଏଁ ସାଇକେଲ ଚଲାଇପାରନ୍ତି .. ନିଜ କାମଦାମ ପାଇଁ ସେ ସାଇକେଲ ଚଳାଇ ଯ଼ାଆନ୍ତି ଏବଂ ଜିନିଷପତ୍ର ନବାଆଣିବା କରନ୍ତି.   ତା ସହିତ  ଏହି ଦୋକାନରେ ବସି ସାଇକେଲ ସଜାଡ଼ି ନିଜ ଜୀବନ ବିତାନ୍ତି .

ପ୍ରଫୁଲ୍ଲ ମଉସାଙ୍କ ଏହି ଜୀବନ ପଛରେ ବି ରହିଛି ସାଇକେଲ ଭଳି କାହାଣୀ. ଜୀବନ ଚଳଚଞ୍ଚଳ ହେଉଛି ବାଇକ ଭଳି ଯୁବ ସମାଜ ଫୁର୍ତ୍ତିରେ ଅଛନ୍ତି ଏମିତିକି ଯୁବ ସମାଜ ପାଇଁ ଆସିଥିବା ମୋ ସାଇକେଲ ଏବେ ରାସ୍ତା କଡ଼ରେ ସମୟ ଗଣୁଛି ସେମିତି ସମୟ ଗଣୁଛନ୍ତି ପ୍ରଫୁଲ୍ଲ ମଉସା . କାରଣ ହେଉଛି 2 ପୁଅ ଓ ଗୋଟିଏ ଝିଅ ବାହା ସାହା ହୋଇ ମଣିଷ ହେଲା ପରେ ଚଢ଼େଇ ଭଳି ଉଡ଼ିଗଲେ . ଏକୁଟିଆ ପତ୍ନୀଙ୍କ ମୁହଁରେ ଦାନା ଦେବା ପାଇଁ ସେ ଏବେବି ସାଇକେଲ ଦୋକାନ ଚଲାଉଛନ୍ତି . 

ପ୍ରଫୁଲ୍ଲ ମଉସା ସିନା ନିଜ ଦୁଃଖକୁ କେବେ କାହା ଆଗରେ ପ୍ରକାଶ କରନ୍ତିନି . ତାଙ୍କ ପାଖ ଦୋକାନି ବି ତାଙ୍କ ଦୁଃଖ ବିଷୟରେ ଜାଣନ୍ତି ନାହିଁ . ବରଂ ପ୍ରଫୁଲ୍ଲ ମଉସାଙ୍କ ହସ ହସ ମୁହଁ ଦେଖି ସେମାନେ ପ୍ରେରଣା ପାଆନ୍ତି ନିଜେ କେମିତି କର୍ମ ତତ୍ପର ହେବେ ସେନେଇ ଉତ୍ସାହ ପାଆନ୍ତି . ଯ଼େମିତି ବି ହେଉ ପ୍ରଫୁଲ୍ଲ ମଉସାଙ୍କ ପୂର୍ବରୁ ଯ଼ାଇ ଦୋକାନ ଖୋଲିବାକୁ ହେବ ନହେଲେ ଲୋକେ କଣ କହିବେ ଏମିତି କିଛି କୁହନ୍ତି ସେଠାରେ ଦୋକାନ କରିଥିବା ଅନ୍ୟ ଦୋକାନୀ ମାନେ. ସେହିପରିପ୍ରଫୁଲ୍ଲ ମଉସା ଦୋକାନ ବନ୍ଦ ନ କରିଥିଲେ ଏମାନେ ଦୋକାନ ବନ୍ଦ କରିବାକୁ କୁଣ୍ଠା ବୋଧ କରନ୍ତି

 ପ୍ରଫୁଲ୍ଲ ମଉସାଙ୍କ ନିଜ ଘର ଭୁବନେଶ୍ବର ଟଙ୍କପାଣି ରୋଡ ନିକଟରେ କିନ୍ତୁ ଛୋଟ ବେଳୁ ସେ ମାମୁ ଘରକୁ ଚାଲି ଆସିଛନ୍ତି ଆଉ ଜାଗମରାରେ ମାମୁ ଘରେ ସେ ନିଜେ ବୁଢ଼ା ହୋଇଗଲେଣି. ଦିନ ହେଲେ ସାଇକେଲ ସଜାଡ଼ନ୍ତି ଆଉ ରାତି ହେଲେ ଧର୍ମ ପୁସ୍ତକ ପଢନ୍ତି . ଭଗବାନ ଯ଼େତେଦିନ ପିଣ୍ଡରେ ପ୍ରାଣ ଦେଇଛନ୍ତି ଦୁଃଖକୁ ଛାତିତଳେ ଚାପି ଏମିତି ହସି ହସି ପ୍ରଫୁଲ୍ଲ ରହୁଥିବେ . ହେଲେ ଆପଣ ଯ଼ଦି ପ୍ରଫୁଲ୍ଲଙ୍କ ପାଇଁ କିଛି ସାହାଯ଼୍ୟ କରିପାରିବେ ତେବେ ଏହି ରିପୋର୍ଟଟି ଆମର ସାର୍ଥକ ହେଲା ବୋଲି ଭାବିବୁ ….

 

 

Leave a Reply

Your email address will not be published. Required fields are marked *