ସମାଜର ବେଡ଼ି ଭାଙ୍ଗି ଏମାନେ ହୋଇପାରିଛନ୍ତି ଭାରତୀୟ ସିନେମା ଜଗତର ପ୍ରଥମ ମହିଳା, ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର, ୧୧/୦୩ : ସମାଜର ବେଡ଼ି ଭାଙ୍ଗି ଏମାନେ ହୋଇପାରିଛନ୍ତି ଭାରତୀୟ ସିନେମା ଜଗତର ପ୍ରଥମ ମହିଳା। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସେମାନେ ହେଲେ ସିନେମା ଜଗତର ପ୍ରଥମ ମହିଳା ସିନେମେଟୋଗ୍ରାଫର ହେଉଛନ୍ତି ବି. ଆର ବିଜୟଲକ୍ଷ୍ମୀ, ପ୍ରଥମ ଅଭିନେତ୍ରୀ ଦୁର୍ଗାବାଈ କାମତ, ପ୍ରଥମ ମହିଳା ମ୍ୟୁଜିକ ନିର୍ଦ୍ଦେଶକ ଜଦ୍ଦନ ବାଈ, ପ୍ରଥମ ମହିଳା ନିର୍ଦ୍ଦେଶକ ଫାତିମା ବେଗମ, ପ୍ରଥମ ମହିଳା କମେଡିଆନ ଉମାଦେବୀ ଖତ୍ରୀ ଓରଫ ଟୁନଟୁନ।

ବି. ଆର ବିଜୟଲକ୍ଷ୍ମୀ- ଭେଟେରାନ୍ ଫିଲ୍ମ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ବି.ଆର ପାନ୍ଥୁଲୁଙ୍କ ଝିଅ ହେଉଛନ୍ତି ବି. ଆର ବିଜୟଲକ୍ଷ୍ମୀ। ସିନେମା ଜଗତରେ ପାଦ ଦେବା ଆଗରୁ ସେ ଜଣେ ଇଣ୍ଟେରିଅର ଡିଜାଇନର ଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ସିନେମା ଜଗତ ପ୍ରତି ନିଜକୁ ପ୍ରେରିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ଆସିଷ୍ଟାଣ୍ଟ ସିନେମେଟୋଗ୍ରାଫର ରୂପେ ସେ କ୍ୟାରିଅର ଆରମ୍ଭ କରିଥିଲେ।

ଦୁର୍ଗାବାଈ କାମତ- ସେ ହେଉଛନ୍ତି ପ୍ରଥମ ମରାଠୀ ଅଭିନେତ୍ରୀ। ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦାଦା ସାହେବ ଫାଲକେଙ୍କର ସିନେମା ମୋହିନି ବ୍ରହ୍ମାସୁରରେରେ ସେ ପ୍ରଥମେ ଅଭିନୟ କରିଥିଲେ।

ଜଦ୍ଦନ ବାଈ- ବହୁମୁଖୀ ପ୍ରତିଭାର ଅଧିକାରୀଣୀ ଥିଲେ ଜଦ୍ଦନ ବାଈ। ସେ ଜଣେ ଗାୟିକା, ମ୍ୟୁଜିକ ଡାଇରେକ୍ଟର ଏବଂ ଅଭିନେତ୍ରୀ ଥିଲେ।

ଫାତିମା ବେଗମ- ସେ ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ସ୍କ୍ରିନ୍ ରାଇଟର୍ ଥିଲେ। ସେ ତାଙ୍କର ନିଜର ପ୍ରଡକ୍ସନ ହାଉସ୍ କରିଥିଲେ। ଯାହାର ନାମ ଥିଲା ଫାତିମା ଫିଲ୍ମ୍ସ। ପରେ ଏହାର ନାମ ଭିକ୍ଟୋରିଆ ଫାତିମା ଫିଲ୍ମସ୍‌ରେ ପରିବର୍ତ୍ତନ ହୋଇଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା ବୁଲ୍‌ବୁଲ୍-ଏ-ପରିସ୍ତାନ୍।

ଉମାଦେବୀ ଖତ୍ରୀ- ସେ ଜଣେ ହାସ୍ୟ ଅଭିନେତ୍ରୀ ଥିଲେ। ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ମାତାପିତାଙ୍କ ମୃତ୍ୟୁ ହୋଇଥିଲା। ସେ ପ୍ରାୟତଃ ୧୯୮ ଫିଲ୍ମରେ ଅଭିନୟ କରିଛନ୍ତି

Leave a Reply

Your email address will not be published. Required fields are marked *