ଓଡ଼ିଶାର ସୋନମ ୱାଙ୍ଗଚୁକ୍, ଗାଁରେ ଚଳାଉଛନ୍ତି ଥ୍ରି ଇଡିଅଟ୍ ଭଳି ଇନୋଭେସନ ସ୍କୁଲ୍

କଟକ, ୧୧/୦୩ : ଓଡ଼ିଶାର ସୋନମ ୱାଙ୍ଗଚୁକ୍। ଗାଁରେ ଚଳାଉଛନ୍ତି ଥ୍ରି ଇଡିଅଟ୍ ଭଳି ଇନୋଭେସନ ସ୍କୁଲ୍। କଟକ ୪୨ ମୌଜାର ବରାଳ ଗାଁର ଅନିଲ ପ୍ରଧାନ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ଫର ରୁରାଲ୍ ଇନୋଭେସନ ନାମକ ଏକ ସ୍କୁଲ ଖୋଲିଛନ୍ତି। ଏହି ସ୍କୁଲରେ ପିଲାମାନେ ଇନୋଭେସନ ଏବଂ ଟେକନିକ୍ ପାଠ ପଢୁଛନ୍ତି।

ଗାଁରେ ପିଲାଦିନରୁ ପାଠ ପଢାରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ଅନିଲ୍। ତାଙ୍କର ପିତା ଜଣେ ସିଆରପିଏଫ୍ ଅପିସର ଥିଲେ। ସେ ପ୍ରତିଦିନ ୧୨ କିଲୋମିଟର ସାଇକେଲିଂ କରି କଟକ ପଢିବାକୁ ଯାଉଥିଲେ। ବହୁ ଥର ରାସ୍ତାରେ ତାଙ୍କର ସାଇକେଲ୍ ଖରାପ ହୋଇଛି। ସେ ଅସୁବିଧାରେ ପଡିଛନ୍ତି। ତଥାପି ହାର୍ ମାନି ନାହାଁନ୍ତି। ସ୍କୁଲରୁ ପାଠ ପଢା ସରିବା ପରେ ସେ ସିଭିଲ୍ ଇଞ୍ଜିନିୟରିଂରେ ଆଡମିଶନ ନେଇଥିଲେ। ଡିଗ୍ରୀ ସରିବା ପରେ ସେ କଲେଜରେ ରୋବୋଟିକ୍ସ ସୋସାଇଟି ଏବଂ ଅନ୍ୟ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଛନ୍ତି। ସେ ହୀରାକୁଦ ବନ୍ଧର ମନିଟର ପାଇଁ ତିଆରି ହୋଇଥିବା ସାଟେଲାଇଟ୍ ଟିମ୍‌ର ଅଂଶ ଥିଲେ।

ଡିଗ୍ରୀ ଏବଂ ପ୍ରତିଭା ବଳରେ ସେ ବିଦେଶରେ ଭଲ ଚାକିରୀ କରିପାରିଥାନ୍ତେ। କିନ୍ତୁ ସେ ଗାଁର ପିଲାମାନଙ୍କ ପାଇଁ କିଛି କରିବାକୁ ଚିନ୍ତା କଲେ। ରୁରାଲ ଇନୋଭେସନ ସେଣ୍ଟର କରିବାକୁ ନିଷ୍ପତ୍ତି ନେଲେ। ପିତାମାତାଙ୍କ ସହାୟତାରେ ସେ ପ୍ରଥମେ ୩ ଜଣ ପିଲାଙ୍କୁ ନେଇ ସ୍କୁଲ ଆରମ୍ଭ କରିଥିଲେ। ଆଜି ତାଙ୍କ ସ୍କୁଲରେ ୨୫୦ରୁ ଉର୍ଦ୍ଧ୍ଵ ପିଲା ପାଠ ପଢୁଛନ୍ତି। ପ୍ରି ନର୍ସରୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାଦାନ କରୁଛନ୍ତି।

Leave a Reply

Your email address will not be published. Required fields are marked *