ପୁଅ ବେଶରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିଥିବା ମହିଳା ସ୍ଵାଧିନତା ସଂଗ୍ରାମୀ କଳ୍ପନା ଦତ୍ତ, ଜାଣନ୍ତୁ ତାଙ୍କ ବିଷୟରେ

କଟକ, ୧୬/୦୩ : ଦେଶ ପାଇଁ ନିଜ ଜିବନକୁ ଉତ୍ସର୍ଗ କରିଥିବା ବହୁ ସ୍ଵତନ୍ତ୍ରତା ସେନାନୀ ଏବେବି ଅପରିଚିତ। ବିଶେଷ କରି ମହିଳା ସ୍ଵାଧିନତା ସଂଗ୍ରାମୀ। ଇତିହାସର ଫର୍ଦ୍ଦରୁ ହଜିଯାଇଥିବା ଜଣେ ମହିଳା ସ୍ଵାଧିନତା ସଂଗ୍ରାମୀ ହେଉଛନ୍ତି କଳ୍ପନା ଦତ୍ତ। ୧୯୧୩ ମସିହା ଜୁଲାଇ ୧୩ ତାରିଖରେ ଚଟଗାଁଓର ଶ୍ରୀପୁର ଗ୍ରାମରେ ଏକ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିବା କଳ୍ପନା ସ୍ଵାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ।

୧୯୨୯ ମସିହାରେ ସେ ପାଠ ପଢିବା ପାଇଁ କଲିକତା ଆସିଥିବା ବେଳେ ବୀଣା ଦାସ ଏବଂ ପ୍ରତିଲତା ବଡେଦାରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ କଳ୍ପନା ଇଣ୍ଡିଆନ ରିପବ୍ଲିକାନ ଆର୍ମିରେ ସାମିଲ ହୋଇଥିଲେ ଏବଂ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। କଳ୍ପନା କ୍ରାନ୍ତୀକାରୀଙ୍କ ନିକଟରେ ଗୋଳା ବାରୁଦ ପହଞ୍ଚାଇବା କାମ କରୁଥିଲେ। ସେ ବନ୍ଧୁକ ଚଳାଇବା ମଧ୍ୟ ଶିକ୍ଷା କରିଥିଲେ। ବହୁ ଥର ସେ ସୂର୍ଯ୍ୟ ସେନ ଏବଂ ଅନ୍ୟ କ୍ରାନ୍ତୀକାରୀଙ୍କ ସହ ମିଶି ଇଂରେଜମାନଙ୍କ ବିରୋଧରେ ଲଢେଇ କରିଛନ୍ତି।

୧୯୩୧ ସେପ୍ଟେମ୍ଵର ମାସରେ କଳ୍ପନା ପୁଅ ବେଶରେ ୟୁରୋପିଆନ କ୍ଲବ ଉପରେ ବମ୍ ପକାଇବାକୁ ଯାଇଥିଲେ। ହେଲେ ଏହି ଯୋଜନା ଫେଲ୍ ହୋଇଯାଇଥିଲା। ସେ ପୋଲିସକୁ ଚକମା ଦେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ୧୯୪୩ରେ ପୂର୍ଣ୍ଣଚନ୍ଦ୍ର ଯୋଶୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ଵାମୀଙ୍କ ସହ ମିଶି ସେ ଅକାଳ ବଙ୍ଗାଲ ସମୟରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ୧୯୯୫ ଫେବୃଆରୀ ୮ରେ ତାଙ୍କର ଦେହାନ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *