କୃଷକ ପରିବାରରେ ୫ ଝିଅ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ, ୧୬/୦୨ : ମହିଳା ଗର୍ଭପାତ ଓ ଶିଶୁ ବିବାହ ପାଇଁ ପରିଚିତ ରାଜ୍ୟରେ ଜଣେ କୃଷକ ପରିବାରରେ ୫ ଝିଅ ହାକିମ ହେବା ଆଦୌ ସାଧାରଣ କଥା ନୁହେଁ । ଏହା ଦେଖିବାକୁ ମିଳିଛି ରାଜସ୍ଥାନରେ । ଗୋଟିଏ ପରିବାରର ୫ ଝିଅ ହୋଇଛନ୍ତି ରାଜସ୍ଥାନ ପ୍ରଶାସନିକ ଅଫିସର୍‌ । ସେମାନଙ୍କ ମତରେ ‘ଆମ ସଫଳତାର ରହସ୍ୟ ହେଉଛି ବାପାଙ୍କ ପ୍ରଗତିଶୀଳ ଚିନ୍ତାଧାରା’ ।

ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ଭେରୁସାରିରରେ ରୁହନ୍ତି ସହଦେବ ସାହାରା । ତାଙ୍କ ସହ ଅଶିକ୍ଷିତ ପତ୍ନୀ ଲୁକ୍ସମି ଓ ୫ ଝିଅ ସେଠାରେ ରୁହନ୍ତି । ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । କୃଷି ଉପରେ ନିର୍ଭର କରୁଥିବା ସହଦେବ ଜଳାଭାବ ହେତୁ ଚାଷରୁ ଭଲ ଅମଳ ପାଇପାରୁ ନଥିଲେ । ଆର୍ଥିକ ଅଭାବ ଅନଟନ ସତ୍ତ୍ଵେ ମଧ୍ୟ ସେ ଝିଅମାନଙ୍କ ପାଠରେ କେବେ ହେଲେ ଅବହେଳା କରି ନଥିଲେ । ସ୍କୁଲ ପଢାଇବାକୁ ଅସମର୍ଥ ଥିବାରୁ ସେ ଝିଅମାନଙ୍କୁ ଘରେ ଶିକ୍ଷା ଦେବା ସହ ବଡ଼ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଥିଲେ । ସ୍ନାତକୋତ୍ତର ପରେ ବଡ଼ ଭଉଣୀ ରୋମା ଓ ମଞ୍ଜୁ ରାଜସ୍ଥାନ ପ୍ରଶାସନିକ ସେବା(ଆର୍‌ଏସ୍‌ଏସ୍‌) ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଯନ୍ତ୍ରପାତି ପାଇଁ ଏହି ପରୀକ୍ଷା କରାଯାଇଥାଏ ।

୨୦୧୦ରେ ରୋମା ତାଙ୍କ ପରିବାର ପ୍ରଥମ ଆର୍‌ଏସ୍‌ଏସ୍‌ ଅଧିକାରୀ ହେବାର ଗୌରବ ହାସଲ କରିଥିଲେ । ସେହିପରି ୨୦୧୭ରେ ମଞ୍ଜୁ ମଧ୍ୟ ରୋମାଙ୍କ ପଥ ଅନୁସରଣ କରି ଆର୍‌ଏସ୍‌ଏସ୍‌ କ୍ରାକ୍‌ କରିଥିଲେ । ଦୁଇ ବଡ଼ ଭଉଣୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସାନ ଭଉଣୀ ଅଂଶୁ, ରିତୁ ଓ ସୁମନ୍‌ ମଧ୍ୟ ୨୦୧୮ରେ ଆର୍‌ଏସ୍‌ଏସ୍‌ ପରୀକ୍ଷା ଦିଅନ୍ତି, ଆଉ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ । ଏବେ ସବୁ ଭଉଣୀ ମିଶି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘ପାହଲ ଏକାଡେମୀ’ ଚଳାଉଛନ୍ତି । ସେଠାରେ ରାଜ୍ୟସ୍ତରୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ କୋଚିଂ ଦିଆଯାଉଛି । ୨୦୧୮ରେ ୩ ଭଉଣୀ ଆର୍‌ଏସ୍‌ଏସ୍‌ ପରୀକ୍ଷା ଦେଇ ସଫଳତା ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *