ଗଲୱାନ ଦିବସରେ ସେନାର ଏହି ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲି ଉଠିବ

ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଯାଇଛି । ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଏହି ଭିଡିଓ ‘ଗାଲୱାନ୍ କେ ବୀର୍’ ନାମରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଚିତ୍ର ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପରାକ୍ରମ ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର ଦେଇଛନ୍ତି ।

ସୀମାରେ ଥିବା ଯବାନମାନେ କେମିତି ଦୁର୍ଗମ ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତଥାପି ବିଜୟୀ ବିଶ୍ବ ତ୍ରିରଙ୍ଗାର ସମ୍ମାନ ଉଚ୍ଚ କରିବା ଲାଗି ନିଜ ଜୀବନକୁ ବାଜିରେ ଲଗାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ସମସ୍ତ ଆଧୁନିକ ଅସ୍ତ୍ରଶସ୍ତ୍ର ସହିଦ ଭାରତୀୟ ସୈନିକଙ୍କର ବୀରତ୍ୱ ଏଥିରେ ପ୍ରଦର୍ଶନ କରାଯାଇଛି । ବିଶେଷ କରି ସିଆଚେନ ଏବଂ ଲଦାଖରର ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନା କିଭଳି ଜାଗତିଆର ରହିଛି ତାହା ଏଥିରେ ଦେଖାଯାଉଛି। ଅତି ନିମ୍ନ ତାପମାତ୍ରାରେ ତୁଷାରର ଘନ ଧଳା ଆବରଣ ରେ ରହି ଶତ୍ରୁମାନଙ୍କୁ ସାମ୍ନା କରି ଦେଶକୁ ସୁରକ୍ଷା ଦେଉଛନ୍ତି ଆମ ବୀର ସୈନିକ । ଗୀତର ଶେଷରେ, ଗଲଓ୍ବାନରେ ସହିଦ ହୋଇଥିବା ସୈନିକମାନଙ୍କ ନାମ ଏବଂ ଫଟୋ ପ୍ରଦର୍ଶିତ ହୋଇଛି ।

https://twitter.com/adgpi/status/1404745266821951488

ଗତ ବର୍ଷ ଜୁନ୍ ୧୫ରେ, ଗଲୱାନ୍ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଦୁଇ ସୈନ୍ୟବାହିନୀ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଗତ ବର୍ଷ ଚୀନ୍ ଏବଂ ଭାରତ ପୂର୍ବ ଲଦାଖ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସୈନ୍ୟ ମୁତୟନ ବୃଦ୍ଧି କରିଥିବାରୁ ଉଭୟ ପକ୍ଷ ମଧ୍ୟରେ ବିଶ୍ୱାସ ଫେରିପାରିନାହିଁ  । ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ରାଉଣ୍ଡ ଆଲୋଚନା ପରେ ଦୁଇ ସେନା ଫେବୃଆରୀରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ସୈନ୍ୟ ଓ  ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥିଲେ । ଅଧିକ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ପାଇଁ ମଧ୍ୟ ଆଲୋଚନା ଚାଲିଛି ।

ଦେଶ ଯେତେବେଳେ କୋଭିଡ ସ୍ଥିତିର ମୁକାବିଲା କରୁଛି ସେତେବେଳେ ଆସିଛି ଏହି ଗଲୱାନ ଦିବସ। ଏହି ଦିବସ ଉପଲକ୍ଷେ ସେନା ଭିଡିଓଟି ଜାରି କରିଥିବା ବେଳେ ଏଥିରେ ପଦ୍ମଶ୍ରୀ ହରିହରନଙ୍କ ଗୀତ ସହିତ ଘନଘନ ବନ୍ଧୁକ ଓ ତୋପର ଆୱାଜ ଶୁଭୁଛି। ପଣ୍ଡିତ ବିକ୍ରମ ଘୋଷ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସୌଗତୋ ଗୁହା ଏହାକୁ ଲେଖିଛନ୍ତି। ଆପଣଙ୍କ ଗୀତଟି କେମିତି ଲାଗିଲା ଏବଂ ଗଲୱାନ ଦିବସ ପାଇଁ ଆପଣ କଣ ଭାବୁଛନ୍ତି ତାହା କମେଣ୍ଟ ବକ୍ସରେ ଲେଖନ୍ତୁ ନିଜର ଭାବନା ପରିପ୍ରକାଶ କରନ୍ତୁ । ଲେଖାଟି ଯଦି ମୂଲ୍ୟଭିତ୍ତିକ ଲାଗିଲା ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *