ପୁରୁଣା କରୋନା ରୋଗୀଙ୍କୁ ଗୋଟିଏ ଟିକା ଯଥେଷ୍ଟ

ପୂର୍ବରୁ ଯଦି କରୋନାରେ ସଂକ୍ରମିତ ହୋଇଥିଲେ, ଏବେ ସୁସ୍ଥ ହୋଇଯାଇଛନ୍ତି ଏବଂ କୋଭିଡ ଟିକା ଗୋଟିଏ ନେଇଛନ୍ତି ତେବେ ଆପଣ ବିପଦମୁକ୍ତ ଅଛନ୍ତି | ସୋମବାର ହାଇଦ୍ରାବାଦରର AIG ହସ୍ପିଟାଲ୍ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଏମିତି କିଛି ତଥ୍ୟ ପ୍ରକାଶ କରାଯାଇଛି | ଏଥିରେ ଉଲ୍ଲେଖ କରାଯାଇଛି ଯେ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ COVID-19 ଟିକାର ଗୋଟିଏ ମାତ୍ର ମାତ୍ରା ଯଥେଷ୍ଟ | ଯେଉଁମାନଙ୍କର ପୂର୍ବରୁ ସଂକ୍ରମଣ ଥିଲା ଏବଂ ଟିକାର ଗୋଟିଏ ଡୋଜ ନେଇଛନ୍ତି ସେମାନଙ୍କର ପୂର୍ବ ସଂକ୍ରମଣ ନଥିବା ଲୋକଙ୍କ ତୁଳନାରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି |AIG ଡାକ୍ତରଖାନା 260 ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ଏହି ଅଧ୍ୟୟନ କରିଥିଲା | ଯେଉଁମାନେ ଜାନୁୟାରୀ 16 ରୁ ଫେବୃଆରୀ 5 ମଧ୍ୟରେ ଟୀକା ନେଇଥିଲେ ସେହିମାନଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା | ଏହାର ଲେଖା ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଇନଫେକସିୟସ ଡିଜିଜ ପତ୍ରିକାରେ ପ୍ରକାଶ ପାଇଛି | ସମସ୍ତଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିଲା।

 

ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ପୂର୍ବରୁ ସଂକ୍ରମିତ ଗୋଷ୍ଠୀରେ ଟିକାର ଗୋଟିଏ ମାତ୍ରା ମେମୋରୀ ଟି-ସେଲ୍ ପ୍ରତିକ୍ରିୟା ଯଥେଷ୍ଟ ସୃଷ୍ଟି କରୁଛି | ଯେଉଁମାନଙ୍କର କୌଣସି ପୂର୍ବ ସଂକ୍ରମଣ ନଥିଲା ସେମାନଙ୍କ ତୁଳନାରେ ଏହା ଯଥେଷ୍ଟ ଅଧିକ। ସାମଗ୍ରିକ ଟିକା ପରିଚାଳନାର ରଣନୀତି ପ୍ରସ୍ତୁତ କରିବାରେ ଏହି ଅଧ୍ୟୟନ ବିଶେଷ ଭାବେ  ପ୍ରଭାବ ପକାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ  ତଥା, ଏଜି ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନାଗେଶ୍ୱର ରେଡ୍ଡି ଏହା କହିଛନ୍ତି| ଏଥିସହିତ ସେ ମତ ଦେଇଛନ୍ତି ଯେ ପୂର୍ବରୁ ଯେଉଁମାନେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ସେମାନେ ଦୁଇଟି ଡୋଜ ଟିକା ନେବା କିଛି ଆବଶ୍ୟକ ନୁହେଁ |  ଗୋଟିଏ ମାତ୍ର ଡୋଜ ଦୃତ  ଆଣ୍ଟିବଡି ସ୍ମୃତି କରିପାରିବ। ଯେଉଁମାନେ ସଂକ୍ରମଣ ପାଇନଥିଲେ ସେମାନଙ୍କ ପାଇଁ ଦୁଇ-ଡୋଜ୍ ନିହାତି ଦରକାର |  ଯେତେବେଳେ ଦେଶରେ ଟିକା ଅଭାବ ଦେଖାଦେଇଛି ସେତେବେଳେ ସଞ୍ଚିତ ଡୋଜ ବ୍ୟବହାର କରି ଅଧିକସଂଖ୍ୟକ ଲୋକଙ୍କୁ ଟିକାକରଣରେ ସାମିଲ କରିବା ଉପରେ ଡକ୍ଟର ରେଡ୍ଡୀ ଗୁରୁତ୍ବାରୋ

ପ କରିଛନ୍ତି|ତେଣୁ ଏହାଦ୍ବାର ଲକ୍ଷାଧିକ ଟିକାକୁ ସଞ୍ଚୟ କରାଯିବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ । ଆବଶ୍ୟକ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯିବା ପରେ ଏହି ଗ୍ରୁପର ଲୋକମାନଙ୍କୁ ଦ୍ବିତୀୟ ଡୋଜ ଦିଆଯାଇପାରିବ  । ଅନ୍ତତଃ ପକ୍ଷେ ଗୋଟିଏ ମାତ୍ର ଡୋଜ ସହିତ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ଡକ୍ଟର ରେଡ୍ଡୀ କହିଛନ୍ତି। ଏପରିକି ପ୍ରଥମ ଡୋଜ ଗୋଟିଏ କମ୍ପାନିର ଟିକା ଏବଂ ଦ୍ବିତୀୟ ଡୋଜ ଅନ୍ୟ କମ୍ପାନିର ଟିକା ଦିଆଗଲେ ଆହୁରି ଅଧିକ ଆଣ୍ଟିବଡି ସୃଷ୍ଟି ହେଉଥିବା ମଧ୍ୟ ସେ ମତ ଦେଇଛନ୍ତି

Leave a Reply

Your email address will not be published. Required fields are marked *