କାର ବୁଡ଼ିଗଲା କୂଅ ଭିତରେ, କେମିତି ବାହାରିଲା ଦେଖନ୍ତୁ

ଭାଗ୍ୟଭଲ କେହି ଲୋକ ନଥିଲେ। ନ ହେଲେ କଣ ହୋଇଥାନ୍ତା କହିଲେ। ହଠାତ କାର ତଳୁ ଭୂମି ଧସିଗଲା ଆଉ କାରଟି ତଳକୁ ତଳକୁ ଚାଲିଗଲା, ଯେମିତି ପାତାଳପୁରୀ ଯିବା ପାଇଁ ହଠାତ ଅଟୋ ମୋଡକୁ ଆସିଯାଇଥିଲା ଏହି କାର୍ । କାର ତଳେ ହଠାକ ମାଟି ଧସିଲା, ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ଏହାପରେ ବ୍ଲୁ ରଙ୍ଗର ନୂଆ ଦିଶୁଥିବା କାରଟି ତଳକୁ ତଳକୁ ଚାଲିଥିଲା ଏବଂ ବୁଡ଼ିଯାଇଥିଲା କେହି ନିକଟରେ ଭିଜୁଆଲ ନେଇଥିଲେ ବୋଲି ଏହା ଜଣା ପଡିଲା ଯେ କାରଟି ପାଣିରେ ବୁଡ଼ିଗଲା ନହେଲେ ମାଲିକ ଭାବିଥାନ୍ତେ ପବନରେ ଉଡ଼ିଗଲା ବୋଲି । ଦେଖନ୍ତୁ ତଳେ ଦିଆଯ଼ାଇଥିବା ଭିଜୁଆଲ ତାପରେ କଥା ଆଗକୁ ନେବା

 

ମୁମ୍ବାଇର ଘାଟକୋପାରର ଏହି ଘଟଣା । ପ୍ରବଳ ବର୍ଷା ହେବା ପରେ ଏମିତି ଘଟଣା ଘଟିଥିଲା । ପାର୍କିଂ ପ୍ଲେସରେ କାରଟି ଥୁଆ ହୋଇଥିଲା ଏବଂ ହଠାତ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ କାରଟିକୁ ଗିଳି ଦେଇଥିଲା । ତେବେ ପରେ ଜଣାଯାଇଥିଲା ଯେ ସେହିଠାରେ ଏକ କୂଅ ଥିଲା ଏବଂ ଏହାକୁ ନ ପୋତି ସିଧା ତା ଉପରେ ପିଚୁ ଢଳେଇ କରି ରାସ୍ତା ତିଆରି କରିଦିଆଗଲା । ମୁମ୍ବାଇରେ କେମିତି ବର୍ଷା ହୋଇଥିଲା ପୂରା ଦେଶ ତ ଜାଣିଛି । ଆଉ ଏହି ବର୍ଷାରେ କୂଅଟି ଉଛୁଳି ପଡ଼ିଥିଲା । ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏଥିରେ କାରଟି ଖସି ପଡିଥିଲା । ଘଟଣା ଜଣା ପଡ଼ିବା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । କୂଅରୁ ପାଣି କଢ଼ାଯାଇଥିଲା ଏହା ପରେ ଦେଖାଦେଇଥିଲା ସେହିକାରଟି । କ୍ରେନ ସାହାଯ୍ୟରେ କାରଟିକୁ ଉଦ୍ଧାର କରାଯାଇଥିଲା

 

 

ଏବେ ଆପଣ ଭାବୁଥିବେ ମୁମ୍ବାଇରେ ଚାଲିଛି କଣ ? ଗୋଟିଏ କୂଅକୁ ଏମିତି ବେପରୁଆ ଢଙ୍ଗରେ ଢାଙ୍ଗି ଦିଆଯାଇଥିଲା, ଏହା ଅପରିଣାମଦର୍ଶିତା ନୁହେଁ କି? ଏହାର ତ ନିଶ୍ଚୟ ତଦନ୍ତ ହେବ, କିନ୍ତୁ ଲୋକେ ପୁଣି ସେହି ଗୀତଟିକୁ ମନେ ପକାଇଛନ୍ତି ଯାହା କିଛି ବର୍ଷ ତଳେ ଭାଇରାଲ ହୋଇଥିଲା।

 

କାରର ପାତାଳଗମନ କାହାଣୀଟିରେ ଆପଣଙ୍କର ପ୍ରତିକ୍ରିୟା କଣ? ଆପଣ କାହାକୁ ଦୋଷ ଦେବେ? କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ସେୟାର କରିପାରିବେ।

Leave a Reply

Your email address will not be published. Required fields are marked *