“କରୀନା କପୁର ଖାନ୍ ପୁଣି ସୀତା: କଭି ନେହିଁ”

କରୀନା କପୁର ଖାନ ଏବେ ପୁଣି ବିବାଦରେ । ବିବାଦ ତାଙ୍କର ନୂଆ ଫିଲ୍ମକୁ ନେଇ । ମିଡିଆ ରିପୋର୍ଟ ଅନୁସାରେ କରୀନା କପୁର ସୀତା ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯ଼ାଉଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ନାନା ଦି ଚର୍ଚ୍ଚା ଲାଗି ରହିଛି ।ଏପରିକି ନେଟ ଦୁନିଆରେ ଏବେ #BoycottKareenaKhan ଟ୍ରେଣ୍ଡିଂ କରିବା ଆରମ୍ଭ କରିଦେଇଛି। ଟ୍ବିଟରରେ ତାଙ୍କୁ ବିରୋଧ କରି ପୋଷ୍ଟ ମାନ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ କରୀନା କପୁର ଖାନ ଏହି ଫିଲ୍ମରେ ଅଭିନୟ କରିବାକୁ ସ୍ବୀକୃତି ଦେଇଛନ୍ତି ଯାହାକି ରାମାୟଣ କଥାବସ୍ତୁ ଉପରେ ଆଧାରିତ। ସୀତାଙ୍କ ଦୃଷ୍ଟିଭଙ୍ଗୀରୁ ପୂରା ରାମାୟଣକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯିବ।  କରୀନା କପୁର ଖାନ ଏଥିରେ ସୀତାଙ୍କ ଚରିଚ୍ରରେ ଆସିବେ । ଆଉ ଏହି ଅଭିନୟ ପାଇଁ କରୀନା କୁଆଡ଼େ 12 କୋଟି ଟଙ୍କା ଦାବି କରିଛନ୍ତି।ଯେତେବେଳେ କି କରୀନା ପୂର୍ବ ଫିଲ୍ମରେ 5ରୁ 6 କୋଟି ଟଙ୍କା ନେଇଛନ୍ତି ।

ନେଟରେ ଦୁଇଟି କଥାକୁ ନେଇ ପ୍ରତିବାଦ କରାଯାଉଛି । ପ୍ରଥମରେ ଦେବୀ ସୀତାଙ୍କ ଭୂମିକାରେ କେହି ଏମିତି ଅଭିନୟ କରିବେ ଯିଏ କି ତାଙ୍କୁ ମା ବୋଲି ମାନୁନଥିବେ ବା ଭିନ୍ନ ଧର୍ମର ହୋଇଥିବେ ତାହା ସହ୍ୟ କରାଯିବନି ବୋଲି କହି ଏହାକୁ ଅନେକ ବିରୋଧ କରିଛନ୍ତି । ଦ୍ବିତୀୟରେ କରୀନା 12 କୋଟି ଦାବି କରିବାକୁ ନେଇ ମଧ୍ୟ କମେଣ୍ଟ କରିଛନ୍ତି। ଆପଣଙ୍କ ଜାଣିବା ପାଇଁ କିଛି କମେଣ୍ଟ ଏଥିରେ ଦେଇଛୁ ।

https://twitter.com/Alokmishra416/status/1403670855276634113

 

କେହି କେହି ଏମିତି ଲେଖିଛନ୍ତି ଯେ କରୀନାଙ୍କ ବଦଳରେ ସୀତାଙ୍କ ଚରିତ୍ରରେ ଅଭିନୟ ୟାମି ଗୌତମ କରିପାରିବେ। ଆଉ କେହି କେହି କଙ୍ଗନା ରଣାବତଙ୍କ ନାଁର ପ୍ରସ୍ତାବ ବି ଦେଇଛନ୍ତି । ଆଉ କେହି କେହି ପତି ସୈଫ ଅଲି ଖାନଙ୍କ ପୂର୍ବ ପୋଷ୍ଟକୁ ଉଦ୍ଧାର କରି  ବିବାଦକୁ ଆହୁରି ଗରମ କରିଛନ୍ତି ।

ରାମାୟଣ ବିଷୟବସ୍ତୁକୁ ନେଇ ହିନ୍ଦିରେ ଶହେରୁ ଅଧିକ ଫିଲ୍ମ ହୋଇ ସାରିଥିବ କିନ୍ତୁ ଏବେ ଏହି ମଡର୍ଣ୍ଣ ରାମାୟଣରେ କରୀନା ଯଦି ସୀତା ହେବେ ତେବେ ଅନ୍ୟ ଚରିଚ୍ରମାନେ କିଏ କିଏ ହେବେ ତାର ବି ଲମ୍ବା ଲିଷ୍ଟ ତିଆରି ହେଲାଣି । ଯ଼ଦି ଆପଣଙ୍କ ପାଖରେ କିଛି ସଜେସନ ଅଛି ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ।

Leave a Reply

Your email address will not be published. Required fields are marked *