ମଦ ପିଇ ମାତାଲ ହେଲା ଶେଷରେ ଶିଶୁପାଳ ହୋଇଫେରିଲା

ଆପଣ ଠିକ ପଢ଼ିଛନ୍ତି ବର ମଦ ପିଇ ନାଚିଲା, ବରଯ଼ାତ୍ରୀ ବି ଡେଇଁଲେ ଆଉ ଫଳ ହୋଇଥିଲା କନିଆଁ ବାହା ହେଇଗଲା ଆଉ କାହାକୁ । ବାହାଘର ଜୀବନର ଏକ ଅମୂଲ୍ୟ ଅନୁଭୁତି, ଏହି ବାହାଘରକୁ ସ୍ମରଣୀୟ କରିବା ଲାଗି କିଏ କେତେ କଣ କରିଦେଉଛନ୍ତି । ହେଲେ ଏଠି ତ ଏମିତି ଘଟିଲା ଯ଼ାହା ଜୀବନ ତମାମ ମନେ ରହିବ ତା ସାଙ୍ଗକୁ ସାହିପଡ଼ିଶା ଡେଇଁ ଦେଶ ବିଦେଶ ଲୋକ ଛିଛାକର କଲେଣି । ଘଟଣା ରାଜସ୍ଥାନର ଚୁରୁର । ବର ମହାଶୟ ବାହାଘର ଦିନଟିକୁ ସ୍ପେସାଲ କରିବା ଲାଗି ପେଗ ପରେ ପେଗ ଚଢ଼େଇ ଦେଇଗଲେ । ତାପରେ ବରଯ଼ାତ୍ରୀଙ୍କୁ ଧରି ବର ବାହା ହେବା ପାଇଁ ବାହାରିଲେ ।

ସଂଧ୍ୟା 9ଟାରୁ ବରଯ଼ାତ୍ରୀ ଆରମ୍ଭ କଲେ ଡିଜେ ବାଜା  । ଡିଜେ ଥକିଗଲାଣି ନା ଥକୁଛନ୍ତି ବରଯ଼ାତ୍ରୀ ନା ବରପକ୍ଷ । ଏମିତିକି ବର ବି ସାଙ୍ଗରେ ମିଶି ନାଚିବାରେ ଲାଗୁଥିଲା । କନ୍ୟାଘର ଲୋକେ ବାରମ୍ବାର ଆସି କହୁଥାନ୍ତି ଯେ ଶୁଭ ବେଳ ଗଡ଼ିଯ଼ାଉଛି ଶୀଘ୍ର ଚାଲନ୍ତୁ । ହେଲେ କେହି ଯ଼େମିତି ଶୁଣିବାର ନଥିଲେ ଏମିତି ଏମିତି ରାତି 2 ବାଜିଲା । ଆଉ କନ୍ୟାପକ୍ଷ ନିଷ୍ପତ୍ତି ନେଲେ ଏମିତି ମଦୁଆ ବରକୁ ବାହା ଦେବା ଅପେକ୍ଷା ବରଂ କନ୍ୟାକୁ ଅନ୍ୟ ଏକ ସ୍ଥାନରେ ବାହା କରାଇବା ଭଲ । ସେୟା ହିଁ ହୋଇଥିଲା  । ବର ପହଞ୍ଚିବା ବେଳକୁ କନ୍ୟାର ହସ୍ତଗଣ୍ଠି ପଡ଼ିଲାଣି । ଶିଶୁପାଳ ହୋଇ ଫେରିଲେ ବରପକ୍ଷ।

ରାଜସ୍ଥାନ ଚୁରୁର ଚେଲନା ଗାଁର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚିାର ବିଷୟ ହୋଇଛି । ବର ଆସିଥିଲା ହରିୟାନା ସିୱାନରୁ। ମହାବୀର ଜାଟଙ୍କ ପୁଅ ଅନୀଲ 150 ବରଯ଼ାତ୍ରୀଙ୍କୁ ଧରି ରାଜସ୍ଥାନର ଚୁରୁରେ ପହଞ୍ଚିଥିଲେ। ଆଉ ବରଯ଼ାତ୍ରୀ ବର ଏମିତି ରାତି 2 ଯ଼ାଏଁ ନାଚ ଚଳାଇଥିଲେ ଯେ କନ୍ୟାପକ୍ଷ ବିରକ୍ତ ହୋଇଗଲେ  । ଶେଷରେ ଝିଅର ବାହାଘର ଗାଁର ଅନ୍ୟ ଏକ ପୁଅ ସହିତ କରିଦେଇଥିଲେ । ଶେଷରେ ବରପକ୍ଷ ଫେରିଲେ ଏବଂ ନିକସ୍ଥ ଥାନାରେ ଏନେଇ ଅଭିଯ଼ୋଗ କରିଛନ୍ତି । ତେବେ ପୋଲିସ ବୁଝାଶୁଝା କରିବା ପରେ ଉଭୟ ପକ୍ଷ ବୁଝାମଣା କରି ଫେରିଥିଲେ।

ଆପଣ କଣ ଭାବୁଛନ୍ତି ଏହି ଘଟଣାରେ କାହାର ଭୁଲ ରହିଥିବ? କମେଣ୍ଟ ବକ୍ସରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *