ହୋଲି ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା, ହୋଲିର ରଙ୍ଗରେ ରଙ୍ଗୀନ ହେଉ ଆପଣଙ୍କ ଜୀବନ…

ଭୁବନେଶ୍ଵର, ୦୮/୦୩ : ରଙ୍ଗ, ପ୍ରେମ, ଭାଇଚାରାର ପର୍ବ ହୋଲି। ହୋଲି ପାଇଁ ସବୁଠି ଉତ୍ସବ ମୁଖର ଗାଁଠୁ ସହର। ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ମସଗୁଲ୍ । ରଙ୍ଗର ପର୍ବ ହୋଲିରେ ରଙ୍ଗିନ ହୋଇଛି ପରିବେଶ । ମତୁଆଲା ହୋଇଯାଇଛନ୍ତି ସମସ୍ତେ । ପରସ୍ପରକୁ ରଙ୍ଗ ଲଗାଇ, ଭାଇଚାରା, ସଂପର୍କ ଆଉ ବନ୍ଧୁତ୍ବର ଡୋରିକୁ ଆହୁରି ମଜଭୁତ କରୁଛନ୍ତି ସଭିଏଁ। ହୋଲି ପର୍ବ ଅବସରରେ ସମସ୍ତଙ୍କୁ ସି ଓଡ଼ିଶା ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ହୋଲିର ରଙ୍ଗରେ ରଙ୍ଗୀନ ହେଉ ଆପଣଙ୍କ ଜୀବନ।

ରାଜ୍ୟର କୋଣ ଅଣୁକୋଣରେ ପିଲାଠୁ ବୟସ୍କ, ସଭିଁଏ ଆନନ୍ଦ ଉଲ୍ଲାସର ସହ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ହୋଲି ପର୍ବ । ବାଜା ବଜାଇ, ନାଚି, ଆଲିଙ୍ଗନ କରି ଆଉ ମିଠା ଖୁଆଇ ଚାଲିଛି ହୋଲି ସେଲିବ୍ରେସନ। ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ସକାଳୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ । ଆଜି ଦିନ ତମାମ ରଙ୍ଗ ଖେଳ ଚାଲିବ । ପିଲାମାନେ ରଙ୍ଗ ପିଚକାରୀ ଧରି ରଙ୍ଗ ଲଗାଇବା ଦୃଶ୍ୟ ବେଶ ମଜାଦାର।

Leave a Reply

Your email address will not be published. Required fields are marked *