ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩, ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର, ୦୧/୨୩ : ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୨ । ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ସମସ୍ତଙ୍କ ମନରେ ଆନନ୍ଦର ଲହରୀ। ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ସମସ୍ତଙ୍କ ମନରେ ଉଦ୍ଦୀପନା। ତେବେ ଚାଲନ୍ତୁ ଉତ୍ସାହର ସହ ନବବର୍ଷକୁ ସ୍ବାଗତ କରିବା। ସମସ୍ତ ପାଠକ ପାଠିକାମାନଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ଖୁସି ଭରିଦିଅନ୍ତୁ।

Leave a Reply

Your email address will not be published. Required fields are marked *