ହେଲିକପ୍ଟର ଯୋଗେ ଶାଶୁ ଘରକୁ ଆସିଲେ କନ୍ୟା

ହରିୟାଣା, ୦୫/୦୨ : ହରିୟାଣାର ରେୱାଡିରେ ଜଣେ ଯୁବକ ତାଙ୍କ ବାହାଘରରେ ହେଲିକପ୍ଟର ଯୋଗେ କନ୍ୟାଙ୍କ ଗାଁରେ ପହଞ୍ଚିଛନ୍ତି । ଏଥିସହ କନ୍ୟାଙ୍କୁ ହେଲିକପ୍ଟର ଯୋଗେ ଘରକୁ ଆଣିବା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରେୱାଡି ଜିଲାର ଜୈନାବାଦ ନିବାସୀ ରାମ କୱାର ପଟୱାରୀଙ୍କ ପୁଅ ଦିକେଶ ଜଣେ ବ୍ୟବସାୟୀ । ଦିକେଶଙ୍କ ବାହାଘର ନିକଟ ଗ୍ରାମରେ ସ୍ଥିର ହୋଇଥିଲା । ଦିକେଶ ଯାହାଙ୍କୁ ବିବାହ କରିବେ ତାଙ୍କୁ ହେଲିକପ୍ଟର ଯୋଗେ ଘରକୁ ଆଣିବେ ବୋଲି ଇଚ୍ଛା ରଖିଥିଲେ । ଗୁରୁବାର ଦିକେଶଙ୍କ ବାହାଘର ଥିବାବେଳେ ସେ ହେଲିକପ୍ଟର ଯୋଗେ ୯ କି.ମି ଦୂର କନ୍ୟାଙ୍କ ଗ୍ରାମ ମନ୍ଦୌଲାରେ ପହଞ୍ଚିଥିଲେ । ତେବେ ହେଲିକପ୍ଟରରେ ଯିବାଆସିବା ପାଇଁ ୨ ଘଣ୍ଟାରେ ସେମାନେ ୧୮ କିମି ଉଡ଼ିଥିଲେ । ଗାଁରେ କୌଣସି ବିବାହରେ ହେଲିକପ୍ଟରକୁ ଦେଖିବା ପାଇଁ ଲୋକେ ଭିଡ଼ ଲଗାଇଥିଲେ । ଦୁଇଟି ଗ୍ରାମରେ ହେଲିକପ୍ଟର ଅବତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *