ପିଲାଙ୍କ ମନରେ ଅଛି କି ଷ୍ଟେଜ୍ ଫିଅର୍ ? କିପରି କରିବେ ଦୂର…

ଭୁବନେଶ୍ଵର, ୨୮/୦୯ : ପିଲାମାନେ ସ୍କୁଲରେ ପଢିବା ସମୟରେ ଅଲଗା ଅଲଗା ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିଥାନ୍ତି । ଏହି ସମୟରେ ଅଧିକାଂଶ ପିଲାଙ୍କ ମନରେ ଷ୍ଟେଜ୍‌ ବା ମଞ୍ଚକୁ ନେଇ ଭୟ ରହିଥାଏ ଅର୍ଥାତ ମଞ୍ଚକୁ ଯିବାକୁ ଭୟ କରିଥାନ୍ତି । ଯଦି ଆପଣଙ୍କ ପିଲା ମନରେ ଷ୍ଟେଜ୍‌ ଫିଅର୍‌ ବା ମଞ୍ଚ ଭୟ ରହିଥାଏ, ତେବେ ଅଭିଭାବକ ଭାବେ ତାଙ୍କ ମନରୁ ସେ ଭୟ ଦୂର କରିବା ଆପଣଙ୍କ ଦାୟିତ୍ୱ । ଏଥିପାଇଁ ପିଲା ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକ । ଚାଲନ୍ତୁ ଜାଣିବା କେମିତି ବଢାଇପାରିବେ ପିଲାର ଆତ୍ମବିଶ୍ୱାସ ।

ଦୂର କରନ୍ତୁ ପିଲାଙ୍କ ମଞ୍ଚ ଭୟ: ପିଲାଙ୍କ ଭିତରୁ ଷ୍ଟେଜ୍‌ ଫିଅର୍‌ ବା ମଞ୍ଚ ଭୟ ଦୂର କରିବାର ସବୁଠାରୁ ଭଲ ଉପାୟ ହେଲା ସେମାନଙ୍କୁ ଭିନ୍ନ ଭିନ୍ନ ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରନ୍ତୁ । ଏହାଦ୍ୱାରା ପିଲା ଭିତରେ ଯଦି କିଛି ଭୟ ରହିଥିବ, ତାହା ଆପେ ଆପେ ଦୂର ହୋଇଯିବ ।

ପିଲା ଭିତରେ ବଢାନ୍ତୁ ଆତ୍ମବିଶ୍ୱାସ: ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇବା ପାଇଁ ହେଲେ ସେମାନଙ୍କୁ କେବଳ ପଢା ଭିତରେ ସୀମିତ ନ ରଖି ଭିନ୍ନ ଭିନ୍ନ ଦୁନିଆରେ ସକ୍ରିୟ ରଖିବା ଉଚିତ୍‌ । ଏହାଦ୍ୱାରା ପିଲାମାନେ ଅନ୍ୟ କାହା ଆଗକୁ ଯିବା ସମୟରେ ଭୟ କରି ନଥାନ୍ତି । ବରଂ ସେମାନେ ନିଜକୁ ନିର୍ଭୟରେ ଉପସ୍ଥାପିତ କରିପାରିବେ ।

ବାରମ୍ବାର ମଞ୍ଚକୁ ଯିବାର ସୁଯୋଗ ସୃଷ୍ଟି କରନ୍ତୁ: ପିଲାଙ୍କ ଭିତରେ ଥିବା ମଞ୍ଚ ଭୟକୁ ଦୂର କରିବା ପାଇଁ ବାରମ୍ବାର ମଞ୍ଚକୁ ଯିବାର ସୁଯୋଗ ଦିଅନ୍ତୁ । ଯେପରିକି ସ୍କୁଲରେ ହେଉଥିବା ତର୍କ ପ୍ରତିଯୋଗିତା ପାଇଁ ପିଲାକୁ ସବୁବେଳେ ଭଲ ଭାବେ ପ୍ରସ୍ତୁତ କରନ୍ତୁ । ଭଲ ଭାବେ ପ୍ରସ୍ତୁତି କରିବା ଦ୍ୱାରା ତା’ ମନରେ ଭୟ କମ୍‌ ରହିଥାଏ । ତର୍କ ଉପସ୍ଥାପନ ସମୟରେ ଭୟ ପରିବର୍ତ୍ତେ ଆତ୍ମବିଶ୍ୱାସର ସହ କହିପାରିବ । ଆଉ ଷ୍ଟେଜ୍‌ ଫିଅର୍‌ ଆପେ ଆପେ ଦୂର ହୋଇଯାଇଥାଏ ।

ସ୍କୁଲ ବାହାର ଇଭେଣ୍ଟରେ ସାମିଲ୍‌ କରନ୍ତୁ: ପିଲାକୁ କେବଳ ସ୍କୁଲ ଇଭେଣ୍ଟ ଭିତରେ ସୀମିତ ରଖନ୍ତୁନି । ବରଂ ବାହାରର ବିଭିନ୍ନ ଇଭେଣ୍ଟରେ ମଧ୍ୟ ସାମିଲ୍‌ କରନ୍ତୁ । କେବେ କେବେ ପିଲାଟି ଅନ୍ୟମାନଙ୍କୁ ଦେଖି ନିଜ ଭିତରେ ସାହସ ଜୁଟାଇଥାଏ । ନିଜ ସାଙ୍ଗମାନଙ୍କଠାରୁ ବାହାରେ ଅନ୍ୟ ପିଲାମାନଙ୍କୁ ଦ୍ୱାରା ସେ ପ୍ରେରିତ ହୋଇପାରେ ।

Leave a Reply

Your email address will not be published. Required fields are marked *