ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ଭୁବନେଶ୍ଵର, ୨୭/୦୯ : ଫିଲ୍ମ ‘ସିଆଇଡି’ ଜରିଆରେ ରାତାରାତି ୱହୀଦା ରହମାନ ସିନେ ଜଗତର ସେନ୍‌ସେସନ୍‌ ପାଲଟିଲେ । ତା’ପରେ ରୋମାଣ୍ଟିକ୍‌ ଡ୍ରାମା ‘ଗାଇଡ୍‌’ ଓ ‘ରେଶମା ଔର ଶେରା’ ହେଲା ତାଙ୍କ ସିନେ କ୍ୟାରିଅର୍‌ର ମାଇଲଖୁଣ୍ଟ । ଗୋଟିଏ ତାଙ୍କୁ ବ୍ୟବସାୟିକ ସଫଳତା ଆଣିଦେଲା, ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ମୁକୁଟ ପିନ୍ଧାଇଲା । ଆଉ ଗୋଟିଏ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନର ଅଧିକାରିଣୀ କଲା । ରୋମାଣ୍ଟିକ୍‌ ଡ୍ରାମା ‘ଗାଇଡ୍‌’ର ରୋଜି ଚରିତ୍ର ଜରିଆରେ ପାରମ୍ପରିକ ନାରୀ ଚରିତ୍ରରୁ ବାହାରି ଜଣେ ଆଧୁନିକ ବିଚାରସମ୍ପନ୍ନ ନାରୀକୁ ପରଦାରେ ନିର୍ଭୀକତାର ସହ ଉତାରିଲେ ୱହୀଦା ରହମାନ । ଏହା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ ।

ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ କମର୍ସିଆଲ ହିଟ୍‌ ଫିଲ୍ମ ଦେଇ ସେ ହେଲେ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରଭାବଶାଳୀ ଓ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ । ଦୀର୍ଘ ୬ ଦଶନ୍ଧି ଧରି ଏହି ଧାରା ବଜାୟ ରଖି ଅନେକ ପୁରସ୍କାର ଓ ସମ୍ମାନ ଲାଭ କଲେ । ଭାରତୀୟ ସିନେ ଜଗତକୁ ଉତ୍କୃଷ୍ଟ ଅବଦାନ ଲାଗି ୱହୀଦାଙ୍କୁ ଚଳିତ ବର୍ଷ ମିଳିଛି ସର୍ବୋଚ୍ଚ ସମ୍ମାନାସ୍ପଦ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ।

ପ୍ୟାସା, ସେଲ୍‌ୱା ସାଲ୍‌, କାଗଜ୍‌ କେ ଫୁଲ୍‌, କାଲା ବାଜାର, ଚୌଦହୱି କା ଚାନ୍ଦ୍‌, ସାହେବ ବିୱି ଔର ଗୁଲାମ୍‌, ବିସ୍‌ ସାଲ୍‌ ବାଦ୍‌, ବାତ୍‌ ଏକ୍‌ ରାତ୍‌ କୀ, ରାକ୍ଷୀ, ଅଭିଯାନ, କୌନ୍‌ ଅପ୍‌ନା କୌନ୍‌ ପରାୟା, କୋହ୍‌ରା, ଶଗୁନ୍‌, ମଜବୁର୍‌, ଗାଇଡ୍‌, ତିସ୍‌ରୀ କସମ୍‌, ଦିଲ୍‌ ଦିୟା ଦର୍ଦ ଲିୟା, ପତ୍ଥର୍‌ କେ ସନମ୍‌, ରାମ୍‌ ଔର୍‌ ଶ୍ୟାମ୍‌, ନୀଲ୍‌ କମଲ, ଆଦ୍‌ମୀ, ବାଜି, ଖାମୋଶି, ଶତରଞ୍ଜ୍‌, ପ୍ରେମ୍‌ ପୂଜାରୀ, ମନ୍‌ କି ଆଖେଁ, ଧର୍‌ତୀ, ମନ୍‌ ମନ୍ଦିର, ରେଶମା ଔର ଶେରା, ଦିଲ୍‌ କା ରାଜା, କଭି କଭି, ଜ୍ୱାଲାମୁଖୀ, ସୱାଲ୍‌, ନମକ୍‌ ହଲାଲ୍‌, ନମ୍‌କିନ୍‌, ଧରମ୍‌ କାଣ୍ଟା, ହିମ୍ମତ୍‌ୱାଲା, ମହାନ, କୁଲି, ଚାନ୍ଦ୍‌ନୀ, ଲମ୍‌ହେ, ଓମ୍‌ ଜୟ ଜଗଦୀଶ, ରଙ୍ଗ ଦେ ବସନ୍ତୀ, ଦିଲ୍ଲୀ-୬ ଇତ୍ୟାଦି ତାଙ୍କର ଚର୍ଚ୍ଚିତ ଚଳଚ୍ଚିତ୍ର।

Leave a Reply

Your email address will not be published. Required fields are marked *