ପୂଜା କରିବା ବେଳେ ହାଇ ମାରିବା ଶୁଭ ନା ଅଶୁଭ, ଜାଣନ୍ତୁ…

ଭୁବନେଶ୍ଵର, ୨୩/୦୯ : ଯେତେବେଳେ ଆପଣ ପୂଜା କରିବାକୁ ବସନ୍ତି, ଆପଣଙ୍କ ଆତ୍ମା ​​ଈଶ୍ବରଙ୍କ ସହ ଜଡିତ ଥାଏ। ଭଗବାନ ସବୁଠାରେ ଅଛନ୍ତି, ସବୁ ଜିନିଷରେ ସେ ବାସ କରନ୍ତି। ଯେତେବେଳେ ଆପଣଙ୍କ ଆତ୍ମା ​​ଈଶ୍ବରଙ୍କ ସହିତ ସଂଯୁକ୍ତ ହୁଏ, ଭଗବାନ କିଛି ସଙ୍କେତ ଦିଅନ୍ତି। କିନ୍ତୁ ଆମେ ଏହି ସଙ୍କେତ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତିନି । ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଓ ତାହାର ଅର୍ଥ ବିଷୟରେ…

ଦୀପର ଜ୍ୟୋତି ବଢିବା : ଅଗ୍ନି ପଞ୍ଚତତ୍ତ୍ୱ ମଧ୍ୟରୁ ଏହା ଗୋଟିଏ। ଏଥିରେ ଭଗବାନ ଶିବ ରୁହନ୍ତି। ଯଦି ପୂଜା ସମୟରେ ଆପଣଙ୍କ ସାମ୍ନାରେ ରଖାଯାଇଥିବା ଦୀପର ଜ୍ୟୋତି ବଢେ, ତେବେ ଏହା ଏକ ସଙ୍କେତ ଯେ ଭଗବାନ ଆପଣଙ୍କ ଭକ୍ତିରେ ସନ୍ତୁଷ୍ଟ, ଏହି ସମୟରେ ଆପଣ ମନୋକାମନା କହିବା ଉଚିତ୍ ।

ଧୂପର ଧୂଆଁ : ଯଦି ଆପଣ ଲଗାଇଥିବା ଧୂପର ଧୂଆଁ ଭଗବାନଙ୍କ ପ୍ରତିମା ଆଡକୁ ଯାଏ, ତେବେ ଏହା ଏକ ସଙ୍କେତ ଯେ ଆପଣଙ୍କ ପୂଜାକୁ ଭଗବାନ ଗ୍ରହଣ କରିଛନ୍ତି।

ହାଇ ଆସିବା : ଯେତେବେଳେ ଆମେ କୌଣସି ଅସୁବିଧାରେ ପଡ଼ି ଭଗବାନଙ୍କ ପୂଜାକରୁ, ସେତେବେଳେ ଆମ ମନରେ ଅନେକ ଚିନ୍ତାଧାରା ଚାଲିଥାଏ, ଯେଉଁ କାରଣରୁ ମନ ଅଶାନ୍ତି ରହେ। ଏହି ସମୟରେ ଦୁଃଖ ଲାଗେ ଏବଂ ନିଦ ଆସିବା ଆରମ୍ଭ କରେ।

Leave a Reply

Your email address will not be published. Required fields are marked *