ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଶ୍ରୁତିଙ୍କ କ୍ୟାରିୟର ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଦିଲ୍ଲୀର ଷ୍ଟିଫେନସ କଲେଜରୁ ଇତିହାସରେ ନିଜର ଗ୍ରାଜୁଏସନ ପାସ କରିଥିବା ବେଳେ ପୋଷ୍ଟ ଗ୍ରାଜୁଏସନ ଜବାହରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପଢ଼ିଥିଲେ। ତେବେ ପିଜି ପାସ କରିବା ପୂର୍ବରୁ ସେ ସିଭିଲ ସର୍ଭିସ ପାଇଁ ପାଠ ପଢ଼ା ଆରମ୍ଭ କରିଦେଇଥିଲେ । ଜାମିଆ ମିଲିଆର ରେସିଡେନସିଆଲ କୋଚିଂ ଏକାଡେମିରୁ ସେ ସିଭିଲ ସର୍ଭିସ ପାଇଁ କୋଚିଂ ନେଇଥିଲେ। ଏବର୍ଷ ଆରସିଏରୁ 23 ଜଣ ଏଥର ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମିତିକି ଓଡ଼ିଶାରୁ ବି ସେତିକି ସଂଖ୍ୟକ ପିଲା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି।
ଏଥର 685 ଜଣ UPSC ସିଭିଲ ସର୍ଭିସେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, କିନ୍ତୁ ପ୍ରଥମ 4ଟି ସ୍ଥାନରେ ମହିଳାମାନେ ହିଁ ସ୍ଥାନ ପାଇଛନ୍ତି । ଯ଼େଉଁମାନଙ୍କ ମଧ୍ୟରେ ଶ୍ରୁତି ଶର୍ମା ଟପ୍ପର ଅଛନ୍ତି । ଅଙ୍କିତା ଅଗ୍ରୱାଲ ଦ୍ବିତୀୟ ଏବଂ ଗାମିନି ସିଂହଲ ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ଐଶ୍ବର୍ଯ଼୍ୟା ବର୍ମା ରହିଛନ୍ତି।