୬୭ ବର୍ଷରେ ଶିଖିଲେ ଚିତ୍ରକଳା, ଜାଣନ୍ତୁ ପଦ୍ମଶ୍ରୀ ଜୋଧୈୟା ବାଈ ବୈଗାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୪/୦୨ : କୁହନ୍ତି ଶିକ୍ଷା ପାଇଁ ବୟସର ସୀମା ନଥାଏ। ଆପଣ ଯେକୌଣସି ସମୟରେ ଯେକୌଣସି ବୟସରେ ଶିକ୍ଷା ଗ୍ରହଣ କରିପାରିବେ। ବାସ୍ ଏଥିପ୍ରତି ଆପଣଙ୍କର ରୁଚି ଥିବା ଦରକାର। ବୟସର ଅପରାହ୍ନରେ ଚିତ୍ରକଳା ଶିକ୍ଷାଲାଭ କରି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ମଧ୍ୟପ୍ରଦେଶର ଜୌଧେୟା ବାଈ ବୈଗା। କଳା କ୍ଷେତ୍ରରେ ତାଙ୍କର ଅଦ୍ଭୁତ ପୂର୍ବ ଯୋଗଦାନ ରହିଛି। ସେ କାଠ ଏବଂ ଗୋବର ଘଷି ବିକ୍ରି କରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି। ତାଙ୍କ ସ୍ଵାମୀ ଜଣେ ସାଧାରଣ ଦିନ ମଜୁରିଆ।

ଜୌଧେୟା ୬୭ ବର୍ଷ ବୟସରେ ଚିତ୍ରକଳା ଶିଖିବା ପାଇଁ ରୁଚି ଦେଖାଇଥିଲେ। ସେ କିଛି ନୂଆ ଶିଖିବା ପାଇଁ ଇଚ୍ଛା କରିଥିଲେ। ଏହାପରେ ସେ ଦିବଙ୍ଗତ ଚିତ୍ରଶିଳ୍ପୀ ଆଶିଷ ସ୍ଵାମୀଙ୍କ ଷ୍ଟୁଡିଓରେ ଚିତ୍ରକଳା ଶିଖିଥିଲେ। ପ୍ରଥମେ ସେ ରଙ୍ଗୋଲି ତିଆରି କରିବା ଶିଖିଥିଲେ। ଏହାପରେ କାଠରେ ଚିତ୍ର ଆଙ୍କିଥିଲେ। ଜୌଧେୟା ବାଈଙ୍କ ଚିତ୍ରକଳା କେବଳ ମଧ୍ୟପ୍ରଦେଶ ନୁହେଁ ସାରା ଦେଶରେ ଖୁବ୍ ପ୍ରସିଦ୍ଧ। ୨୦୧୯ରେ ଇଟାଲୀରେ ଏକ ପ୍ରଦର୍ଶନୀରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ୨୦୨୨ରେ ରାମନାଥ କୋବିନ୍ଦ ତାଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *