ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? ଜାଣନ୍ତୁ କାରଣ…

ଭୁବନେଶ୍ୱର, ୨୮/୦୨ : ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? କିଛି ଲୋକ ୨/୪ଟି ଶିଡି ଚଢିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ।

-ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ ସେମାନଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍‌ରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍‌ କରନ୍ତୁ । ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଫଳରେ ସିଢି ଚଢିବା ସମୟରେ ଧଇଁସଇଁ ହେବେ ନାହିଁ ।

-ନିୟମିତ ଭରପୂର ନିଦରେ ଶୁଅନ୍ତୁ । ଭଲରେ ନ ଶୋଇବା ଯୋଗୁ ଥକା ଅନୁଭବ ହୋଇ ଏଭଳି ସମସ୍ୟା ଆସୁଥାଇପାରେ । ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ । ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢିବାରେ ସମସ୍ୟା ସୃଷ୍ଟି କରିପାରେ । ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌।

-ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଅଧିକ ଡେରି ଯାଏ ଶୋଇବା ଯୋଗୁ ଏଭଳି ସମସ୍ୟା ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *