ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ଵ, ଏସ୍‌ଏଚ୍‌ଜି ପାଇଁ ୧୦ ହଜାର କୋଟିର ବ୍ୟବସାୟ ସୁଯୋଗ

ଭୁବନେଶ୍ଵର, ୨୬/୦୨ : ମହିଳା ଏବଂ ଶିଶୁଙ୍କ ବିକାଶ ଲାଗି ବଜେଟରେ ୩୬୭୦ କୋଟି ଟଙ୍କାର ଖର୍ଚ୍ଚ ନେଇ ପ୍ରସ୍ତାବ ରହିଛି । ବାପା ମାଆଙ୍କ ସମର୍ଥନ ହରାଇଥିବା ପିଲାଙ୍କ ପାଇଁ ଆଶିର୍ବାଦ ଯୋଜନାରେ ୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ମମତା ଯୋଜନାରେ ୨୧୯ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୯୧ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ।

ଆସନ୍ତା ୫ ବର୍ଷରେ ଏସ୍‌ଏଚ୍‌ଜିଗୁଡିକ ଲାଗି ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ସୁଯୋଗ ସୃଷ୍ଟି ହେବ । ଏ ନେଇ ସରକାର ଯୋଜନା ରଖିଛନ୍ତି । ବଜେଟରେ ମିଶନ ଶକ୍ତି ବିଭାଗ ପାଇଁ ୨୫୫୪ କୋଟିର ବ୍ୟବସ୍ଥା କରାଯାଇଛି । ବ୍ୟୟବରାଦ ପୂର୍ବ ବଜେଟ ତୁଳନାରେ ୨୭% ଅଧିକ । ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୯୯୬ କୋଟି, ମିଶନ ଶକ୍ତି ଅଧିନରେ ଏସ୍‌ଏଚ୍‌ଜି ଏବଂ ସଂଘକୁ ୯୮୯ କୋଟିର ସହାୟତା, ମିଶନ ଶକ୍ତି ଗୃହ ନିର୍ମାଣ ଲାଗି ୩୨୦ କୋଟି ଟଙ୍କା ଦିଆଯିବ । ସେହିଭଳି ଜିଲା ସ୍ତରରେ କ୍ଷୁଦ୍ର ଶିଳ୍ପ ପାର୍କ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏସ୍‌ଏଚ୍‌ଜିଗୁଡିକୁ ସୁଧ ରିହାତି ଭାବେ ୨୨୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାଙ୍କ ପାଇଁ ଇ-ସ୍କୁଟର କିଣାରେ ସହାୟତା ଦେବେ ସରକାର । ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ନେଇ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *