ପିଲାଙ୍କର ମନେ ରହୁନି କି ପାଠ ? କେମିତି ବଢାଇବେ ସ୍ମରଣ ଶକ୍ତି

ଭୁବନେଶ୍ୱର, ୧୪/୧୧ : ସବୁବେଳେ ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। କାରଣ ପିଲାମାନେ ପାଠପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନେ ରଖିପାରନ୍ତି ନାହିଁ। ଏଭଳି ସ୍ଥିତିରେ ଅଭିଭାବକମାନେ  ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନେ ରଖିବା ପାଇଁ  ଏବଂ ସ୍ମରଣ ଶକ୍ତି ବୃଦ୍ଧିପାଇଁ  ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

ବିରକ୍ତିକର ବିଷୟରେ ପାଠ ପଢ଼ିବାକୁ କେହି ପସନ୍ଦ କରୁନଥିବା ବେଳେ ବହିକୁ ଦେଖିଲେ କିଛି ପିଲା ପାଠ ପଢ଼ିବାକୁ ଡରି ଯାଇଥାଆନ୍ତି। କିଛି କ୍ଷେତ୍ରରେ ଅଭିଭାବକଙ୍କ ଡରରେ କିମ୍ବା ଶିକ୍ଷକଙ୍କ ଭୟରେ ପିଲା ପଠାପଢ଼ିବାକୁ ବସିଯାଇଥାନ୍ତି। କିନ୍ତୁ ,ଏଭଳି କରିବା ଦ୍ବାରା ପିଲାଙ୍କ ପାଠ ପଢ଼ାରେ ମନ ଲାଗେ ନାହିଁ ପଢ଼ିଥିବା ପାଠ ଶୀଘ୍ର ଭୁଲିଯାଇଥାନ୍ତି । ଯାହା  ପିଲାଙ୍କ ପାଠ ପଢ଼ାରେ କ୍ଷତି ହୋଇଥାଏ। ପିଲାଙ୍କ ପାଠ ପଢ଼ାରେ ମନ ରଖିବାକୁ ହେଲେ ତାଙ୍କୁ ରୋଚକ ଓ ଆକର୍ଷକ କଳାତ୍ମକ ଢ଼ଙ୍ଗରେ ପାଠ ପଢ଼େଇବାକୁ ହେବ । ଏଥି ଯୋଗୁଁ ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠ ଅଧିକ ଦିନ ପର୍ଯ୍ୟନ୍ତ ମନ ରହିପାରିବ।

ଆସନ୍ତୁ ଜାଣିବା ପିଲାଙ୍କୁ କେଉଁ ଭଳି ଉପାୟରେ ପାଠ ପଢ଼ାଇବେ।

ଭିଜୁଆଲ୍‌ଲାଇଜ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାନ୍ତୁ

ଭିଜୁଆଲ୍‌ଲାଇଜ୍‌ ବା ମନରେ କଳ୍ପନା ଜାଗ୍ରତ କରି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଉତ୍ସାହିତ କରିବା ଉଚିତ୍। ଏଭଳି ପଢ଼ି ଥିବା ପାଠକୁ ମନ ଭିତରେ ଫଟୋ କିମ୍ବା କିଛି ସଂକେତ ସ୍ଥାପନ କରି ମନ ରଖାଯାଇପାରିବ। ଏହି ଉପାୟରେ ପାଠ ପଢ଼ା କରିବା ଦ୍ବାରା ପିଲାଟିର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠ ପଢ଼ାରେ ମନ ଲାଗିରହିଥାଏ।

ପିଲାଙ୍କୁ ପଢ଼ିବାରେ ଖୋଲା ଛାଡନ୍ତୁ

ପିଲାମାନେ ନିଜେ ଶିକ୍ଷକ ଭୂମିକାରେ ଆସି ଗଣିତ କିମ୍ବା ବିଜ୍ଞାନ ଭଳି କଠିନ ବିଷୟରେ ନିଜେ ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରନ୍ତୁ। ଫଳରେ ପିଲାଟି ଗଣିତରେ ମିଶାଣ ଫେଡାଣ ବିଷୟ ଜାଣି ପାରିବା ସହିତ ଅଭ୍ୟାସ କରିବା ଦ୍ବାରା ଅଧିକ ଦିନ ପର୍ଯ୍ୟନ୍ତ ମନେ ରହିବା। ଏହା ପିଲାଟିର ପାଠ ଅଧିକ ଦିନ ସ୍ମରଣରେ ଗଚ୍ଛିତ ରହିଥାଏ। ସୂଚନାକୁ ଛୋଟ- ଛୋଟ ଭାଗରେ ଦିଆଗଲେ ପାଠ ଭଲ ମନ ରହିଥାଏ।ପିଲାଙ୍କୁ କାହାଣୀ କିମ୍ବା ବହିକୁ ଭାଗ ଭାଗ କରି ପଢ଼ିବା ଦ୍ବାରା ଅଧିକ ମନେ ରଖିବାରେ ସହଜ ହୋଇଥାଏ। ହେମ୍ ଓ୍ବାର୍କ କରିବା ସମୟରେ ପିଲାଙ୍କ ପାଠ ପଢ଼ିବାରେ ସାହାର୍ଯ୍ୟ କଲେ ପିଲାଙ୍କ ମନରେ ପାଠର ବିଷୟ ଗୁଡିକ ଭଲ ସ୍ମରଣ ରହିଥାଏ ।

Leave a Reply

Your email address will not be published. Required fields are marked *