ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ 2021-22 ପରୀକ୍ଷା ଫଳ, ଅଷ୍ଟମ ସ୍ଥାନରେ ଅଛନ୍ତି ପୁରୀ ସହରର ସୁସ୍ମିତା ମିଶ୍ର

ଭୁବନେଶ୍ୱର, ୧୩/୧୧ : ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ 2021-22 ପରୀକ୍ଷାର ଫଳାଫଳ। ଏଥିରେ କୃତକାର୍ଯ୍ୟ ହୋଇଥିବା ପଚାଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁରୀ ସହରର ସୁସ୍ମିତା ମିଶ୍ର ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ସୁସ୍ମିତାଙ୍କ ପିତା ଯାଜପୁରରେ ଜିଲ୍ଲା ଜଜ ଥିଲେ ଓ ଅଧୁନା ଭବାନୀପାଟଣାରେ ଦୁର୍ନୀତି ନିବାରଣ ବିଚାରପତି ରୂପେ କାର୍ଯ୍ୟରତ। ସୁସ୍ମିତାଙ୍କର ମାତା ସୁକନ୍ୟା ଜଣେ ଧର୍ମ ପରାୟଣା ସୁଗୃହିଣୀ। ବିଚାର ବିଭାଗର ସ୍ୱଚ୍ଛତା ଓ ସାଧୁତା ପ୍ରତି ଆକର୍ଷିତ ହୋଇ ସୁସ୍ମିତା ଅନ୍ୟ କୌଣସି ସେବା ପ୍ରତି ଉତ୍ସାହିତ ନଥିଲେ।

ସେ କେନ୍ଦୁଝର ସରସ୍ବତୀ ବିଦ୍ୟା ମନ୍ଦିରରୁ ମାଟ୍ରିକ, କଟକ ଦି ଲ କଲେଜରୁ ଏଲ. ଏଲ. ବି. ଓ କିଟ୍ ଲ ସ୍କୁଲରୁ ଏଲ. ଏଲ. ଏମ. ପାସ୍ କରିଛନ୍ତି। ବିଚାର ବିଭାଗରୁ ସ୍ବେଛାକୃତ ଅବସର ନେଇଥିବା ଉମା ଚରଣ ମିଶ୍ର ଓ ଆଶୁତୋଷ ମିଶ୍ରଙ୍କ ଠାରୁ ସେ କୋଚିଂ ନେଉଥିଲେ। କଠୋର ପରିଶ୍ରମ, ପିତାମାତା, ଗୁରୁଜନଙ୍କ ଆଶୀର୍ବାଦ ଓ ଭଗବାନଙ୍କର ଇଛାକୁ ସେ ତାଙ୍କର ସଫଳତାର କାରଣ ବୋଲି କହିଛନ୍ତି |

Leave a Reply

Your email address will not be published. Required fields are marked *