ଅଧିକ ଖାଉଛନ୍ତି ବାଦାମ, ସାବଧାନ! ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ, ୧୧/୧୧ : ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦାମ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।  କେବଳ ଶୁଣି ନାହୁଁ ବହିରେ ମଧ୍ୟ ପଢିଛୁ । ଏହାକୁ ଖାଇବ ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବଢି ଥାଏ । ହେଲେ ଦରକାର ଠାରୁ ଅଧିକ ଖାଇବା ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ଅଧିକ ବାଦାମ ଖାଇବା ଦ୍ୱାରା ଶରୀର ଉପରେ କଣ ଖରାପ ପ୍ରଭାବ ପଡିଥାଏ।

କୋଷ୍ଠକାଠିନ୍ୟ – ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟର କାରଣ ହୋଇଥାଏ । ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମୋଟାପଣ – ବାଦାମ ଅଧିକ ଖାଇବା ଦ୍ୱାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ରୁ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ ।

କିଡନୀରେ ଷ୍ଟୋନ୍‌ – ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡ୍‌ନୀରେ ଷ୍ଟୋ୍ନ ସୃଷ୍ଟି ହୋଇଥାଏ ।

ଭିଟାମିନ୍ -ଇ ଓଭରଡୋଜ – ବାଦାମର ଭିଟାମିନ୍ -ଇ ର ଏକ ଉତ୍ତମ ଉତ୍ସ ରହିଛି। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମୋନ୍‌ର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ।

ନିଶ୍ୱାସ ନେବାରେ ଅସୁବିଧା- ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

Leave a Reply

Your email address will not be published. Required fields are marked *