ପଇସା ଦେଲା ଗଣି, ବାଇକ ଆଣିଲା ଛାଣି

ତାମିଲନାଡୁର ଜଣେ ଯୁବକ ବାଇକ କିଣିବା ପାଇଁ 2 ଲକ୍ଷ 60 ହଜାର ଟଙ୍କାର କଏନ ଦେଲେ ଏକ ବାଇକ କିଣିବା ପାଇଁ । ଫଳ ହୋଇଥିଲା ସମସ୍ତେ ବସି କଏନ ଗଣିଲେ। ସବୁତକ ଟଙ୍କିକିଆ କଏନ ଥିଲା ଏସବୁକୁ ଗଣିବା ଲାଗି ରାତି 9ଟା ବାଜିଗଲା । ଗଣା ସରିବା ପରେ ଯୁବକ ଜଣଙ୍କ ବାଇକ ଧରି ଯାଇଥିଲେ।

ଘଟଣା ଥିଲା କିଛି ଏମିତି ତାମିଲନାଡୁ ସଲେମର ଗାନ୍ଧି ମୈଦାନ ଅଞ୍ଚଳର ବାସିନ୍ଦା ଏମ ଭୂପତି ତାଙ୍କର ଡ୍ରିମ୍ ବାଇକ ବଜାଜ ଡୋମିନାର 400 କିଣିବାକୁ ସୋରୁମ ଯାଇଥିଲେ। ବାଇକର ଦାମ ପାଖାପାଖି ଅଢ଼େଇଲକ୍ଷ ବୋଲି ବୁଝିଥିଲେ। ହେଲେ ପାଖରେ ସେତିକି ଟଙ୍କା ନଥିଲା। ଏକ କମ୍ପାନିରେ କମ୍ପୁଟର ମେକାନିକ ଭାବେ କାମ କରୁଥିବା ଭୂପତି ସେତିକି ଟଙ୍କା ଯୋଗାଡ଼ କରିବା ଲାଗି 3 ବର୍ଷ ନେଇଥିଲେ । ମନ୍ଦିର, ରେଷ୍ଟୁରାଣ୍ଟ, ଚା ଦୋକାନରୁ ସେ ଟଙ୍କିକିଆ କଏନ ସଂଗ୍ରହ କରିଥିଲେ। ଗତ ଶନିବାର ଏକ ଟ୍ରକରେ ଏସବୁ କଏନ ଧରି ସେ ସୋ ରୁମରେ ପହଞ୍ଚିଥିଲେ। ସୋ ରୁମ୍ କର୍ମଚାରୀ ଏସ ମହାବିକ୍ରାନ୍ତ ଏମିତି ଟଙ୍କିକିଆ କଏନ ନେବା ଲାଗି ମନା କରିଦେଇଥିଲେ। ତେବେ ପରେ ସେ ଭୂପତିଙ୍କ ଆଗ୍ରହ ଦେଖି ରାଜି ହୋଇଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା କଏନ ଗଏଣିବା ପ୍ରକ୍ରିୟା।

ସୋ ରୁମର କର୍ମଚାରୀ ଏବଂ ଭୂପତିଙ୍କର 4 ଜଣ ସାଙ୍ଗ କଏନ ଗଣିବାକୁ ବସିଥିଲେ। 2ଲକ୍ଷ 60 ହଜାର ଟଙ୍କିକିଆ କଏନ ଗଣିବାକୁ 10 ଘଣ୍ଟା ସମୟ ଲାଗିଥିଲା। ରାତି 9ଟା ବାଜି ଯାଇଥିଲା। ଟଙ୍କା ଗଣା ସରିବା ପରେ କାଗଜ ପତ୍ର କାମ ଆରମ୍ଭ ହୋଇଥିଲା। ଏହାପରେ ଭୂପତି ବାଇକ ଧରି ଯାଇଥିଲେ। ବ୍ୟାଙ୍କରେ ଲକ୍ଷେ ଟଙ୍କା ଗଣିବା ପାଇଁ 140 ଟଙ୍କା ଦେବାକୁ ପଡ଼ିଥାଏ, ସେପୁଣି ବଡ଼ ନୋଟ ହୋଇଥିବ।   ତେବେ ସୋ ରୁମ୍ କର୍ମଚାରୀ ଏତେ ପରିମାଣର କଏନ ଗଣିବାର କଷ୍ଟ ସ୍ବିକାର କରିଥିଲେ ମଧ୍ୟ ଏଥିରେ ବ୍ୟସ୍ତ ବିବ୍ରତ ନୁହନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *