ଭାରତୀୟ ବାଳିକା ଦଳ ଶିବିରରେ 5 ଓଡ଼ିଆ

ଓଡ଼ିଶାରୁ 5 ଜଣ ଖେଳାଳି ଭାରତୀୟ ବାଳିକା ଜୁନିୟର ବିଶ୍ବକପ ହକିର ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି । ବିଶ୍ବକପ ପାଇଁ 28 ଜଣିଆ ଦଳ ସ୍ଥିର ହୋଇଛି। ଏଥିରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶା ସ୍ପୋର୍ଟସ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଏହି 5 ଜଣ ଖେଳାଳି ହେଲେ ଅଜମିନା କୁଜୁର, ଜ୍ୟୋତି ଛତ୍ରି, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ ଏବଂ ମାଧୁରୀ କିଣ୍ଡୋ। ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାରେ ଜୁନିୟର ବାଳିକା ବିଶ୍ବକପ କପ ହକି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ 28 ଜଣିଆ ଖେଳାଳିଙ୍କ ନାଁ ସ୍ଥିର କରାଯାଇଥିବା ବେଳେ ଏହି ଟିମ୍ ଭୁବନେଶ୍ବରରେ ତାର ଅଭ୍ୟାସ କରିବ। ମାର୍ଚ୍ଚ 26 ତାରିଖ ଯାଏଁ ଭୁବନେଶ୍ବରରେ ଅଭ୍ୟାସ ଶିବିର ଚାଲିବ। ଏହାପରେ ଚୂଡ଼ାନ୍ତ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଭୁବନେଶ୍ବରରେ ଚାଲିଥିବା ହକି ପ୍ରୋ ଲିଗ ର ଖେଳାଳିଙ୍କ ସହିତ ମିଶିବାର ଖେଳାଳିମାନେ ସୁଯୋଗ ପାଇବେ । ଏହାଦ୍ବାରା ସେମାନଙ୍କୁ ଅଧିକ ଉତ୍ସାହ ମିଳିପାରିବ। ଏପ୍ରିଲ 1 ତାରିଖରୁ ବିଶ୍ବକପ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *