ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି। ପୋର୍ଟ ବ୍ଲେୟାରରେ ଅନୁଷ୍ଠିତ ଏହି ଚଳଚ୍ଚିତ୍ର ଉତ୍ସବରେ 118ଟି ସର୍ଟ ଫିଲ୍ମ ସ୍ଥାନ ପାଇଥିଲା। ଏଥିରେ ଓଡ଼ିଆ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଶ୍ରେଷ୍ଠ ଭାରତୀୟ ଫିଲ୍ମ ମାନଙ୍କ ମଧ୍ୟରେ ସ୍ଥାନ ପାଇଛି।   ଫିଲ୍ମର କନସେପ୍ଟକୁ ଫେଷ୍ଟିଭାତ ଜୁରୀ ଖୁବ ପସନ୍ଦ କରିଛନ୍ତି।

ବର୍ତ୍ତମାନ ସାମାଜିକ ଚଳଣିର ଏହା ପ୍ରତିଫଳନ ହୋଇପାରିଛି ବୋଲି କହିଛନ୍ତି। ଜୁଲାଇମାସରେ ସର୍ଟ ଫିଲ୍ମ ଲାଫିଙ୍ଗବୁଦ୍ଧ ଶେଷ ହୋଇଥିଲା। ସି ଓଡ଼ିଶା ବ୍ୟାନରରେ ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଲାଫିଙ୍ଗ ବୁଦ୍ଧ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ସୁଶ୍ରୀ, ଧୋବେଇ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ମାଧୁର୍ଯ୍ୟା।  

ବାସ୍ତୁରୁ ମଣିଷ ସୁଖର ସନ୍ଧାନ ଖୋଜୁ ଖୋଜୁ ମଣିଷ କିପରି ଦିଗହରା ହୋଇଯ଼ାଇଛି ତାହା ଫିଲ୍ମର କାହାଣୀରେ ରହିଛି। ଯେଉଁଥିରେ ସୁଖର ପ୍ରକୃତ ବ୍ୟାଖ୍ୟା କାହାଣୀ ମାଧ୍ୟମରେ ଉପସ୍ଥାପିତ କରାଯାଇଛି । ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା କୌଣସି ଇଣ୍ଟରନେଟ ପ୍ଲାଟଫର୍ମରେ ସ୍ଥାନ ପାଇନାହିଁ। ଖୁବଶୀଘ୍ର ଏହା ସାଧାରଣ ଦର୍ଶକଙ୍କ ଉଦ୍ଦେଶ୍ୟରେ ରିଲିଜ ହେବ। ଫିଲ୍ମର କାହାଣୀର ମୂଳ କନସେପ୍ଟ ମମତାରାଣୀ କର ଦେଇଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ମିହିର ରଞ୍ଜନ ଆଚାର୍ଯ୍ୟ। ଫିଲ୍ମର ଗୋଟିଏ ଗୀତ ତୁମେ ହସିଲେ ମେଘ ବରଷେ ବେଶ ପ୍ରଶଂସିତ ହୋଇଛି।

Leave a Reply

Your email address will not be published. Required fields are marked *