ଋତୁସ୍ରାବ ସମୟରେ ଗୋଡ଼ରେ ଯନ୍ତ୍ରଣା ହେଉଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି…

ଭୁବନେଶ୍ଵର, ୨୪/୧୧ : ପିରିୟଡ୍ସ ବା ଋତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ କ୍ରାମ୍ପସ୍‌ ବା ମାଂସପେଶୀ ଟାଣି ହେବା ଅନ୍ୟତମ । ପିରିୟଡ୍ସ ଆରମ୍ଭ ହେବା ସହ ଅବା କିଛି ସମୟ ପୂର୍ବରୁ ପାଦ, ଅଣ୍ଟା ଓ ପେଟରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ମହିଳାମାନେ ଯନ୍ତ୍ରଣା ସହି ନ ପାରି ପେନ୍‌କିଲର୍‌ ଖାଇଥାନ୍ତି, ଯାହା ଆଗାମୀ ଦିନରେ ଅନେକ ସମସ୍ୟାର କାରଣ ସାଜିପାରେ । ତେଣୁ ଯଥାସମ୍ଭବ ପେନ୍‌ କିଲରଠାରୁ ଦୂରେଇ ରହିବା ଉଚିତ୍‌ ।

କାହିଁକି ହୁଏ ଯନ୍ତ୍ରଣା-
ପିରିୟଡ୍‌ ବା ଋତୁସ୍ରାବ ସମୟରେ ଆମ ଶରୀରରେ ଏକପ୍ରକାର ହର୍‌ମୋନ୍‌ର ନିର୍ମାଣ ପ୍ରକ୍ରିୟା ଚାଲିଥାଏ, ଯାହା ଗର୍ଭାଶୟରେ ସଂଗଠିତ ହୋଇଥାଏ । ତେଣୁ ପେଟ, ଅଣ୍ଟା, ପିଠି ଓ ଗୋଡ଼ରେ ତୀବ୍ର ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ସମୟରେ ମହିଳାଙ୍କର ଗୋଡ଼ ଯନ୍ତ୍ରଣାର କାରଣ ଭିଟାମିନ୍‌-ଡି’ର ଅଭାବ ମଧ୍ୟ ହୋଇଥାଏ । ଏହି ଅଭାବ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।

କଣ କରିବେ-
ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଦୌ ପେନ୍‌କିଲର୍‌ ବ୍ୟବହାର କରନ୍ତୁ ନାହିଁ । ନଚେତ୍‌ ଭବିଷ୍ୟତରେ କବ୍ଚ ସମସ୍ୟା ସୃଷ୍ଟି ହେବା ସହ ଅଧିକ ଥକ୍କାପଣ ଅନୁଭବ ହୋଇଥାଏ । ତେଣୁ ଯଥାସମ୍ଭବ ଘରୋଇ ଉପାୟରେ ନିଜକୁ ସୁସ୍ଥ କରିବାକୁ ପ୍ରୟାସ କରନ୍ତୁ ।

-ବ୍ୟାୟାମ କରିବା ଦ୍ୱାରା ପେଲଭିକ୍ସରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଫଳରେ ମାଂସପେଶୀ ଟାଣି ହେବା ସମସ୍ୟା କମିବା ସହ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଲ୍‌କା ବ୍ୟାୟାମ, ପହଁରିବା ଓ ଚାଲିବା ଆଦି କରିପାରିବେ । ସମସ୍ୟା ଭଲ ନ ହେଲେ ମଧ୍ୟ କମ୍‌ କରାଯାଇପାରିବ ।
-ଯଦି ଦୀର୍ଘଦିନ ଯାଏ ଏପରି ସମସ୍ୟା ଲାଗି ରହିଥାଏ । ତେବେ ଆକ୍ୟୁପଙ୍କଚର୍‌ ପଦ୍ଧତି ଶ୍ରେଷ୍ଠ ବିକଳ୍ପ ।
-ପାଦରେ ତେଲ ମାଲିସ୍‌ କରିବା ଦ୍ୱାରା ମଧ୍ୟ ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ । ଏହି ଯନ୍ତ୍ରଣା କିଛି ମାତ୍ରାରେ କମ୍‌ ରହିଥାଏ ।

ଏହି ଠାରେ ଦେଖନ୍ତୁ ଓଡିଆ ଚଳଚିତ୍ର ଲାଫିଙ୍ଗ ବୁଦ୍ଧ

Leave a Reply

Your email address will not be published. Required fields are marked *