ମଡେଲ୍ ଚା’ବାଲି ! ଦିନେ ମିସ୍ ଗୋରଖପୁର ହୋଇଥିଲେ ଆଜି ବିକ୍ରି କରୁଛନ୍ତି ଚା’

ନୂଆଦିଲ୍ଲୀ, ୨୫/୦୯ : ଯିଏ ଦିନେ ମିସ୍ ଗୋରଖପୁର ହୋଇଥିଲେ ଆଜି ସିଏ ଚା ବାଲି। ୨୦୧୮ରେ ମିସ୍ ଗୋରଖପୁର ହୋଇଥିବା ସିମରନ ଗୁପ୍ତା ଏବେ ଚା ବିକୁଛନ୍ତି। ସେ ତାଙ୍କର ଚା ଷ୍ଟଲର ନାମ ମଡେଲ୍ ଚାବାଲି ରଖିଛନ୍ତି। ସିମରନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ସିମରନଙ୍କୁ ପ୍ରଶଂସା କରୁଛନ୍ତି। କୌଣସି କାମ ଛୋଟ ନୁହେଁ ବୋଲି ସେ ପ୍ରମାଣିତ କରି ଦେଖାଇଛନ୍ତି।

ସୂଚନାନୁଯାୟୀ, କରୋନା ସମୟରେ ସିମରନଙ୍କ ମଡେଲିଂ କାମ ଉପରେ ପ୍ରଭାବ ପଡ଼ିଥିଲା। ତାଙ୍କ ଉପରେ ପରିବାର ପ୍ରତିପୋଷଣର ଦାୟିତ୍ଵ ମଧ୍ୟ ଥିଲା। ତେଣୁ ସେ ଗୁଜୁରାଣ ମେଣ୍ଟାଇବା ପାଇଁ ଗୋଟିଏ ଜାଗାରେ ଚାକିରୀ କରିବା ଆରମ୍ଭ କଲେ। ହେଲେ ସେଠାରେ ବହୁ ମାସ ଧରି ଦରମା ମିଳିଲା ନାହିଁ। ଫଳରେ ସେ ଏକ ଚା ଷ୍ଟଲ ଖୋଲି ବ୍ୟବସାୟ ଆରମ୍ଭ କଲେ ଏବଂ ଏହାର ନାମ ମଡେଲ୍ ଚାବାଲି ରଖିଲେ। ଏନେଇ ସିମରନ କହିଛନ୍ତି ଯେ, ଯଦି ମହିଳା ଏବେ ସବୁ କାମରେ ଆଗରେ ଅଛନ୍ତି ତେବେ ଏହି କାମ ପାଇଁ କୁଣ୍ଠାବୋଧ କାହିଁକି।

ତେବେ ଏହି କାମ ପାଇଁ ସିମରନଙ୍କ ପରିବାର ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ସିମରନଙ୍କ ପିତା କହିଛନ୍ତି ଯେ, କୌଣସି କାମ ଛୋଟ ନୁହେଁ। ସେ ଯେତେବେଳେ ମିସ୍ ଗୋରଖପୁର ହୋଇଥିଲା ସେତେବେଳେ ମୁଁ ଖୁସି ଥିଲି ଏବେ ଚା ବିକ୍ରି କରିବାର କାମ କରୁଛି, ସେଥିପାଇଁ ମଧ୍ୟ ମୁଁ ଖୁସି ଅଛି।

Leave a Reply

Your email address will not be published. Required fields are marked *