ଭୁବନେଶ୍ଵର, ୨୮/୦୯ : ଭାରତରେ ନାରୀ ଶିକ୍ଷାର ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସରକାର ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ନାରୀ ଶିକ୍ଷା ପାଇଁ ଦଶକ ଦଶକ ଧରି ସଙ୍ଘର୍ଷ କରିବାକୁ ପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ସଙ୍ଘର୍ଷ ଦଶକ ପୁରୁଣା ନା ପୌରାଣିକ କାଳରୁ ସ୍ତ୍ରୀମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରାଚୀନ କାଳରେ ପୁରୁଷଙ୍କ ଶିକ୍ଷା ଗ୍ରହଣ ପାଇଁ ସେମାନଙ୍କୁ ଗୁରୁକୁଳ ପଠାଯାଉଥିଲା। ନାରୀ ଶିକ୍ଷାର ପ୍ରଚାର ପ୍ରସାର ନଥିଲା। କିନ୍ତୁ ପୁରାଣରେ ବର୍ଣ୍ଣିତ ଏଭଳି ଜଣେ ଜଣେ ବିଦ୍ଵାନ ନାରୀମାନଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଆଗରେ ବଡ଼ ବଡ଼ ବିଦ୍ଵାନଙ୍କ ନତମସ୍ତକ ହୋଇଯାଉଥିଲା।
ବିଦୁଷୀ ଗାର୍ଗୀ- ବେଦ ରଚନାରେ ବିଦୁଷୀ ଗାର୍ଗୀଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ସେ ୱଚକ୍ନୁ ନାମକ ଜଣେ ମହର୍ଷିଙ୍କ ଝିଅ ଥିଲେ। ତାଙ୍କର ପୁରା ନାମ ୱାଚକନ୍ଵି ଗାର୍ଗୀ। ରାମାୟଣ କାଳରେ ରାଜା ଜନକଙ୍କ ଦରବାରରେ ଶାସ୍ତ୍ରାର୍ଥର ଆୟୋଜନ ହୋଇଥିଲା। ଏଥିରେ ଋଷି ଯାଜ୍ଞବଲ୍କ୍ୟଙ୍କ ସହ ଗାର୍ଗୀଙ୍କ ପ୍ରଶ୍ନ-ଉତ୍ତର ହୋଇଥିଲା। ଏହି ପ୍ରଶ୍ନ-ଉତ୍ତରରୁ ବୃହଦାରଣ୍ୟକ ଉପନିଷଦର ନିର୍ମାଣ ହୋଇଥିଲା।
ମାତା ସୀତା- ମାତା ସୀତାଙ୍କ ଗୁରୁ ବିଦୁଷୀ ଗାର୍ଗୀ ଥିଲେ। ତାଙ୍କ ଠାରୁ ସେ ବେଦ ପୁରାଣ ଜ୍ଞାନ ଆହରଣ କରିଥିଲେ। ପିଲାଦିନେ ଶିବ ଧନୁ ଉଠାଇଥିବା ସୀତା କେବଳ ବୀରାଙ୍ଗନା ନଥିଲେ ବିଦ୍ଵାନ ମଧ୍ୟ ଥିଲେ।
ବିଦୁଷୀ ମୈତ୍ରେୟୀ- ତାଙ୍କର ପିତା ମିତ୍ର ଋଷି ଥିଲେ। ସେ ମହର୍ଷି ଯାଜ୍ଞବଲ୍କ୍ୟଙ୍କ ଦ୍ଵିତୀୟ ପତ୍ନୀ ଥିଲେ। ତାଙ୍କୁ ଅଧ୍ୟୟନ, ଚିନ୍ତନ ଏବଂ ଶାସ୍ତ୍ରାର୍ଥରେ ଋଚି ଥିଲା।
ଦ୍ରୌପଦୀ- ଧ୍ରୁପଦଙ୍କ କନ୍ୟା ଦ୍ରୌପଦୀ ଖୁବ୍ ଜ୍ଞାନବାନ ମହିଳା ଥିଲେ। ପାଣ୍ଡବମାନେ ଯେତେବେଳେ କୌଣସି ନିଷ୍ପତ୍ତି ନିଅନ୍ତି ସେତେବେଳେ ଦ୍ରୌପଦୀଙ୍କ ସହ ପରାମର୍ଶ କରନ୍ତି।