ମନମୋହନଙ୍କ ଆରୋଗ୍ୟ କାମନା କରୁଛି ସାରା ଦେଶ-ଜାଣନ୍ତୁ ତାଙ୍କ ଅବଦାନ

ଏମସରେ ଚିକିତ୍ସାଧୀନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୂରାଦେଶ। ଜଣେ ସରୋଳ ସଚ୍ଚୋଟ ନମ୍ର ରାଜନୀତିଜ୍ଞ ଭାବେ ସାରା ଦେଶ ମନମୋହନଙ୍କୁ ସମ୍ମାନ କରିଥାଏ। ମନମୋହନ ଅସୁସ୍ଥ ହୋଇଥିବା ଖବର ଶୁଣି ସମସ୍ତେ ବିବ୍ରତ ହୋଇପଡ଼ିଛନ୍ତି । 88 ବର୍ଷିୟ ମନମୋହନ ଜ୍ବରରେ ପୀଡ଼ିତ ହେବା ପରେ ଏମ୍୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏମସ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯ଼ାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବାକୁ ଏମସ ଯ଼ିବା ସହିତ ଡାକ୍ତରଙ୍କ ସହିତ ବିଚାର ବିମର୍ଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଡ. ମନମୋହନ ସିଂହଜୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ମନମୋହନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଶୁଣି ମୁଁ ଚିନ୍ତିତ । ସେ ଶୀଘ୍ର ସୁସ୍ଥ ହୋଇଯ଼ାଆନ୍ତୁ ମୁଁ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟ୍ବିଟ କରି ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି କାମନା କରିଛନ୍ତି।

ଏକଦା ମନମୋହନ କହିଥିଲେ ଇତିହାସ କହିବ ମୋର ଦେଶ ପ୍ରତି ଅବଦାନ କଣ। ଅଳ୍ପ କଥା କହୁଥିବା ମନମୋହନ କେବେବି ନିଜର ଆତ୍ମପ୍ରଚାର କରିନାହାନ୍ତି କିନ୍ତୁ ଦେଶର ଆର୍ଥିକ ବିକାଶ ଦିଗରେ ତାଙ୍କର ଅବଦାନ ଦିଗରେ ପୂରା ଦେଶ ମୁକ୍ତ କଣ୍ଠରେ ସ୍ବୀକାର କରେ । ଦେଶ ଯ଼େତେବେଳେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିଲା ସେତେବେଳେ ତତ୍କାଳିନ ପ୍ରଧାନମନ୍ତ୍ରୀ ନରସିଂହା ରାଓ ମନମୋହ ସିଂହଙ୍କୁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ। ସେତେବେଳେ ଗ୍ଲୋବାଲାଇଜେସନର ଯୁଗ ଆରମ୍ଭ ହୋଇଥିଲା। ଦେଶ ଦେଖିଥିଲା ଆର୍ଥିକ ସ୍ଥିତିର ନୂଆ ଯୁଗ। ଏପରିକି ପରବର୍ତ୍ତୀ ବାଜପେୟୀ ସରକାର ମଧ୍ୟ ତାଙ୍କ ଆର୍ଥିକ ନୀତିକୁ ବଳବତ୍ତର ରଖିଥିଲେ।

Leave a Reply

Your email address will not be published. Required fields are marked *