କୋଟିଆରେ ଆନ୍ଧ୍ର ଟିମର ବୈଠକ ବେଳେ ପହଞ୍ଚିଗଲେ ବିଧାୟକ

 କୋଟିଆ ସୀମା ମଧ୍ୟରେ ପଶି ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ଏବଂ ରାଜନୈତିକ ନେତା ବୈଠକ କରିବା ସହିତ ଭୋଜିଭାତ କରୁଥିବାର ଖବର ପାଇ ସେଠାରେ ପହଞ୍ଚିଥିଲେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ । ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ ପ୍ରବଳ ଯ଼ୁକ୍ତି ତର୍କ ଏମିତିକି ଠେଲାପେଲା ଯାଏଁ କଥା ଯାଇଥିଲା। ତେବେ ପଟ୍ଟାଙ୍ଗି ବିଧାୟକଙ୍କ ଯ଼ୁକ୍ତିତର୍କରେ ହାରି ଶେଷରେ ଛତ୍ର ଭଙ୍ଗ ଦେଇଥିଲେ ଆନ୍ଧ୍ରର ସରକାରୀ ବାବୁ ଓ ରାଜନୈତିକ ନେତାଏ।

ଆନ୍ଧ୍ର ଦ୍ବାରା ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଜୟଯୁକ୍ତ ହୋଇଥିବା ପ୍ରାର୍ଥୀଙ୍କ ସହ ପାର୍ବତୀପୁର ପିଏ ଆଇଟିଡିଏ କୁର୍ମାନାଥ ଫଗୁଣସେନେରୀ ଠାରେ ଏକ ବୈଠକ କରୁଥୁଲେ । ଓଡ଼ିଶା ପକ୍ଷରୁ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ସୀମାନ୍ତ ଲୋକଙ୍କୁ ଏମାନେ ମତାଉଥୁଲେ । ଏପରିକି ସେଠାରେ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା, ଯ଼େଉଁଠାକୁ ନିକଟବର୍ତ୍ତି ୬ଖଣ୍ଡ ଗ୍ରାମବାସୀଙ୍କୁ ଡକାଯାଇଥିଲା । ଖବର ପାଇ ପଟାଙ୍ଗି ବିଧାୟକ ପିତମ ପାଢୀ ଫାଟୁସେନେରୀ ରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ବିଧାୟକଙ୍କ ବିରୋଧ ପରେ ପାର୍ବତୀପୁର ପିଏ ଆଇଟିଡିଏ କୁର୍ମାନାଥ ଯ଼ୁକ୍ତିକରିଥିଲେ । ତେବେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଧରି ଯ଼ୁକ୍ତି ତର୍କ ହେବା ପରେ ଆନ୍ଧ୍ର ଟିମ୍ ଛତ୍ରଭଙ୍ଗ କରି ପଳାଇଥିଲା। ଆଗକୁ ମଧ୍ୟ ଏମିତି ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କରାଯ଼ିବ ବୋଲି ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ କହିଛନ୍ତି।

 

Leave a Reply

Your email address will not be published. Required fields are marked *