ମୋଦି ଓ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ଏବଂ ମେଗାଷ୍ଟାର ରଜିନୀକାନ୍ତଙ୍କ ପରେ ଏବେ ସିଂହମ ଷ୍ଟାର ଅଜୟ ଦେବଗନ  । ଆମେ କେଉଁକଥା କଥା କହୁଛୁ ତାହା ଆପଣ ଅନୁମାନ ଲଗାଇ ସାରିବେଣି   ।  ଏବେ ସେହି ସୋର ଟ୍ରେଲର ଆସିଛି । ଯେଉଁଥିରେ ଅଜୟ ଦେବଗନ ସାର୍କ ସହିତ ଗଭୀର ସମୁଦ୍ର ଭୀତରେ ନିଜର ସାହସିକତା ଦେଖାଉଛନ୍ତି ।  ଆଉ ସାଙ୍ଗରେ କିଏ ଅଛନ୍ତି ଏହା କହିବା ହୁଏତ ଆବଶ୍ୟକତା ନାହିଁ , ଯିଏ ମୋଦିଙ୍କ ସହିତ ଥିଲେ , ଅକ୍ଷୟ କୁମାରଙ୍କ ସହିତ ଥିଲେ ବିୟର ଗ୍ରିଲ୍ସ ।  ଟ୍ରେଲରରେ ଦେଖାଯାଉଛି ବିୟର ଗ୍ରିଲସଙ୍କ ସହିତ ଅଜୟ ଦେବଗନ କିଛି ଡେୟାର ଡେଭିଲ ସୋରେ ବ୍ୟସ୍ତ ଅଛନ୍ତି  ।  ସେ କୌଣସି ଏକ ଅଜଣା ସ୍ଥାନରେ ( ଯ଼ାହା ଅବଶ୍ୟ ସୋ ଆସିଲେ ଜଣା ପଡ଼ିବ) ନୌକା ବାହୁଛନ୍ତି, ସମୁଦ୍ରକୁ ଲମ୍ଫ ମାରୁଛନ୍ତି ଆଉ ବିୟର ଗ୍ରିଲ୍ସଙ୍କୁ ନିଜର ଫିଟନେସ ଦେଖାଉଛନ୍ତି । 

ଏବେ ଟ୍ରେଲର ଦେଖନ୍ତୁ

ସୂଚନା ଯୋଗ୍ୟ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ଥିଲେ ଜଣେ ଷ୍ଟଣ୍ଟ ଡିରେକ୍ଟର ଥିଲେ ।  ତେଣୁ ଷ୍ଟଣ୍ଟ ତାଙ୍କ ପାଇଁ ବାଁ ହାତର ଖେଳ ଥିଲି କିନ୍ତୁ ଅଜୟ ସିଧା ମାନୁଛନ୍ତି ଏମିତି ଷ୍ଟଣ୍ଟ ସହିତ ସେ କେବେବି ପୂର୍ବରୁ ଖେଳିନଥିଲେ ।  ଆଉ ଏବେ ତାଙ୍କୁ ଯେତିକି ରୋମାଞ୍ଚିତ କରିଛି ସେତିକି ଆହ୍ବାନ ବି ଦେଇଛି ।  ଡିସ୍କଭରରୀ ବିୟର ଗ୍ରିଲସଙ୍କ ଏହି ସୋ ଅକ୍ଟୋବର 22 ତାରିଖ ସଂଧ୍ୟା 6ଟାରେ ଆସିବ  ।  ଆପଣ ଏହାକୁ ଓଟିଟି ଡିସ୍କଭରି ପ୍ଲସରେ ମଧ୍ୟ ଦେଖିପାରିବେ । 

Leave a Reply

Your email address will not be published. Required fields are marked *