ନବରାତ୍ର ନୁଡୁଲସ କେମିତି ବନେଇବେ ଜାଣନ୍ତୁ

ନବରାତ୍ରି ସମୟରେ ଅନେକ ଉପବାସ କିମ୍ବା ସାଧାରଣ ଭେଜ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଜରାଟ କିମ୍ବା ପଶ୍ଚିମ ଭାରତରେ ନବରାତ୍ରି ସମୟରେ କାଷ୍ଠା ଉପବାସ କରିବାର ପରମ୍ପରା ରହିଥାଏ। ଆପଣ ଯଦି ଭେଜ ବା ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁନ୍ଦର ନୁଡଲସ ବିଷୟରେ ସୂଚନା ଦେବୁ। ଏହା ସ୍ବାଦିଷ୍ଟ ଏବଂ ଏହାକୁ ଘରେ ବି ତିଆରି କରିବା ସହଜ ହେବ। ତା ଛଡ଼ା ନୁଡଲ୍ସ ଖାଇବାରେ ପିଲାମାନଙ୍କର ତ ଖୁବ ପସନ୍ଦ ରହିଥାଏ ତେଣୁ ଆପଣ ଏହାକୁ ଜାଣିବା ପାଇଁ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ବୋଲି ଆଶା କରୁଛୁ। ଯେଉଁଥିପାଇଁ ଆମେ ଆପଣଙ୍କ ଉଦ୍ଦେଶ୍ୟରେ ଏହି ନବରାତ୍ର ନୁଡଲସ ଏଠାରେ ରଖିଛୁ।  ତା ଛଡ଼ା ବଜାରର
ନୁଡଲସ ପିଲାଙ୍କ ପାଇଁ ଆଣିବା ଅସ୍ବାସ୍ଥ୍ୟକର ହୋଇଥାଏ ତେଣୁ ଘରେ ଏହାକୁ ଆପଣ ତିଆରି କରିପାରିବେ ଏବଂ ଏହା ଆପଣଙ୍କ ପିଲାଙ୍କ ପାଇଁ ହେଲ୍ଦି ବି ହେବ।  ବର୍ତ୍ତମାନର ଚାଇନିଜ ଷ୍ଟାଇଲରେ ଏହା ନବରାତ୍ର ମିକ୍ସ୍ଡ ଫିଲିଙ୍ଗସ ବି ଆପଣଙ୍କୁ ଦେବ। ଆସନ୍ତୁ ଜାଣିବା ଏହାକୁ କେମିତି ତିଆରି କରିବେ ଏଥିରେ କଣ କଣ ଉପାଦାନ ପଡ଼ିଥାଏ।

ପୋଦିନା ଚଟଣୀ

1 କପ ପୋଦିନା ପତ୍ର
2ଟା ଅଁଳା ମଞ୍ଜିନଥିବ
2-3ଟି କଞ୍ଚାଲଙ୍କା
2 ଇଞ୍ଚର ଅଦା
ଲୁଣ
ପାଣି

କେମିତି ଏହାକୁ ତିଆରି କରିବା
ପ୍ରଥମେ ଜାଣିବା କେମିତି ପୋଦିନା ଚଟଣୀ ତିଆରି କରିବା . ପୋଦିନା ପତ୍ରକୁ ଭଲକି ଧୋଇ ଦିଅନ୍ତୁ ସବୁ କିଛି ଗ୍ରାଇଣ୍ଡରରେ ପୂରାଇ ଘୂରାଇ ଦିଅନ୍ତୁ ଏହାପରେ ଅଳ୍ପକିଛି ଆବଶ୍ୟକତା ଅନୁସାରେ ପାଣି ଦେଇପାରିବା. ପୋଦିନା ଚଟଣୀ ତିଆରି ହୋଇଯିବ
ଏହାପରେ ଡାର୍କ ସସ ତିଆରି କରିବା . ପ୍ୟାନରେ ତେଲ ଗରମ କରି 2 ଚାମଚ ଅଦାକୁ ଟିକ ଟିକ କାଟି ପକାନ୍ତୁ . ଏହାପରେ ଏଥିରେ ଅଧାକପ ଗୁଡ଼ ପକାନ୍ତୁ ପାଣି ଦେଇ ଲଙ୍କା ପକାନ୍ତୁ ତିନି ଚାରିମିନିଟ ଗରମ କରିବା ପରେ ଆଞ୍ଚ ଧିମା କରିଦିଅନ୍ତୁ ଲୁଣ ପକାନ୍ତୁ ଏବେ ସସ ତିଆରି ହୋଇଗଲା ଏବେ ଏହାକୁ ପାଣି ବାମ୍ଫରେ ଶିଝିଥିବା ନୁଡୁଲସ ମିଶାନ୍ତୁ

Leave a Reply

Your email address will not be published. Required fields are marked *