ବିଏସଏନଏଲ 4G ସେବା ଆରମ୍ଭ- କଣ କହୁଛି ଦେଶ ଜାଣନ୍ତୁ

ଦେଶ ଯେତେବେଳେ ରିଲାଏନସ ଜିଓରେ ଝୁମୁଛି, ଗାଁଠାରୁ ସହର ଇଣ୍ଟରନେଟରେ ଡୁବି ରହୁଛି, ଏୟାରଟେଲ ତାର 4G ସେବା ପାଇଁ ବାରମ୍ବାର ଗ୍ରାହକଙ୍କ ପାଖରେ କାନଫଟା ବିଜ୍ଞାପନ କରୁଛି ସେତେବେଳେ ଦେଶରେ ଆଜିଠାରୁ ବିଏସଏନଏଲର 4G ସେବା ଆରମ୍ଭ ହୋଇଛି । ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମେ ବିଏସଏନଏଲ କଲ କରି ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ବିଏସଏନଏଲର ଏହି 4G ସେବାକୁ ନେଇ କି କି ପ୍ରତିକ୍ରିୟା ପ୍ରକାଶ କରିଛି ଏହା ଉଲ୍ଲେଖ କରିବା ପୂର୍ବରୁ ପ୍ରଥମେ ଟେଲିକମ ମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବଙ୍କ ପ୍ରତିକ୍ରିୟା ଆପଣଙ୍କ ସାମ୍ନାରେ ରଖୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର ହୋଇଥିବା ଉଲ୍ଲେଖ କରି ଟ୍ବିଟ କରିଛନ୍ତି ଅଶ୍ବିନୀ ବୈଷ୍ଣବ ।

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ତେବେ ବିଏସଏନଲ ଫୋର ଜିର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଫୋର ଜି ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି। ତେବେ ରିଲାଏନସ ଜିଓର ଏବେ 43 କୋଟି ୟୁଜର ଅଛନ୍ତି, ସେହିପରି ଏୟାରଟେଲର ୟୁଜର ସଂଖ୍ୟା 35କୋଟିରୁ ଅଧିକ । 2007ରେ ରିଲାଏନସ ଜିଓ ଯ଼େତେବେଳେ ଆରମ୍ଭ ହେଲା ଏହା ପରେ ପରେ ଜିଓ ଏକ ଜନ ଆନ୍ଦୋଳନର ରୂପ ନେଇଥିଲା। ଗାଁ ଗାଁରେ ଏହା ସହଚର ହୋଇଥିଲା।  ଏହାର ପ 14 ବର୍ଷ ପରେ ସ୍ବଦେଶୀ ଜ୍ଞାନ କୌଶଳ ସହିତ ବିଏସଏନଏଲ ତାର 4G ସେବାକୁ ନେଇ ଆସିଛି ।  ତେଣୁ ଆସନ୍ତୁ କିଛି ଟ୍ବିଟ ଦେଖିବା ଏହାକୁ କେମିତି ଗ୍ରହଣ କରିଛନ୍ତି କିଛି ନେଟିଜେନ।

ଅନେକ ଏହାକୁ ସ୍ବାଗତ କରିଛନ୍ତି ଏଥିପାଇଁ ସ୍ବାଗତ କରିଛନ୍ତି ଯେ କିଛି ଦିନ ତଳେ ବିଏସଏନଏଲ ବିକ୍ରି ହୋଇଯ଼ିବ ବୋଲି କଥା ଉଠିଥିଲା । ଏଭଳି ସମୟରେ ବିଏସଏନଏଲ ପୁଣି ଚଳଚଞ୍ଚଳ ହୋଇଛି । ପୁଣି ଦେଶବାସୀ ଚାହିଁଲେ ବିଏସଏନଏଲ ଲ୍ୟାଣ୍ଡଲାଇନ ଭଳି ଏହା ଦେଶର ସ୍ବର ହୋଇପାରିବ ବୋଲି ଅନେକ ମତ ଦେଇଛନ୍ତି । ଅନେକ ମଧ୍ୟ ଏହାକୁ ଗର୍ବର ସମୟ କହିଛନ୍ତି ।  ଦେଶବାସୀ ପ୍ରାଇଭେଟ ସିମ ବଦଳରେ ବିଏସଏନଏଲ ସିମ ନେବା ଲାଗି ଆହ୍ବାନ ଦେଇଛନ୍ତି ।

ଅନେକ ମଧ୍ୟ ଏହାକୁ ଏମିତି ବ୍ୟାଖ୍ୟା କରିଛନ୍ତି ବିଏସଏନଏଲର ରଙ୍ଗ ଦିଆ ହୋଇଛି  ଏବେ ଏହାର ଆଧୁନିକୀ କରଣ କରିବା ପରେ ଏହାର ଘରୋଇ କରଣ କରାଯ଼ିବ । ଆପଣଙ୍କର ମତ କଣ ବିଏସଏନଏଲର ଭବିଷ୍ୟତ କେଉଁ ଆଡକୁ ଯାଉଛି ତାହା ଆପଣ ତଳେ ଉଲ୍ଲେଖ କରିପାରିବେ ।

Leave a Reply

Your email address will not be published. Required fields are marked *