ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି, ଆଦି ବାବଦରେ ଏକ ସ୍ପଷ୍ଟ ନୀତି ଆଣିବାକୁ କେନ୍ଦ୍ର ସରକାର ଯ଼ୋଜନା କରିଛନ୍ତି।
ଯ଼ଦିଓ କେନ୍ଦ୍ର ସରକାର ଏହି ନୂଆ ନିୟମକୁ ଯ଼ଥା ଶୀଘ୍ର ଲାଗୁ କରିବା ଲାଗି ଅଣ୍ଟା ଭି଼ଡ଼ିଛନ୍ତି । ତେବେ ଏବେ ସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ଦିଆଯ଼ାଇନାହିଁ । ଏବେ ସୁଦ୍ଧା 23ଟି ରାଜ୍ୟ ନିଜ ନିଜର ଶ୍ରମ ଆଇନ ଲାଗୁ କରିଛନ୍ତି । କର୍ମଚାରୀଙ୍କ ଦରମା ନିୟମ 2019, ଶିଳ୍ପ ସଂପର୍କ ନିୟମ 2020 ସାମାଜିକ ସୁରକ୍ଷା ନିୟମ 2020, ବୃତ୍ତିଗତ ନିରାପତ୍ତା , କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ଦେବା ବାବଦରେ ନୂଆ ଶ୍ରମ ଆଇନରେ ସ୍ଥାନ ଦିଆଯ଼ାଇଛି ।
ନୂଆ ଶ୍ରମ ଆଇନ ଯ଼ଦି ଲାଗୁ ହୁଏ ତେବେ ସବୁଠାରୁ ବଡ଼ ପରିବର୍ତ୍ତନ ଆସିବ କର୍ମଚାରୀଙ୍କ ସାପ୍ତାହିକ କାର୍ଯ଼୍ୟ ସମୟରେ। ଏବେ 1948 ଫ୍ୟକ୍ଟ୍ରି ଆଇନ ଅନୁସାରେ ଏବଂ ସପସ ଆଣ୍ଡ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ କର୍ମଚାରୀମାନେ କାର୍ଯ଼୍ୟ କରୁଛନ୍ତି । ତେବେ ନୂଆ ଆଇ ଲାଗୁ ହେଲେ ଜଣେ କର୍ମଚାରୀଙ୍କ ସାପ୍ତାହିକ କାର୍ଯ୍ୟ ସମୟ 12 ଘଣ୍ଟାରୁ 48 ଘଣ୍ଟା ରହିବ। ଫଳରେ କମ୍ପାନିଗୁଡ଼ିକ କର୍ମଚାରୀମାନେ ସାପ୍ତାହିକ 4 ଘଣ୍ଟା କାମ କରିବାକୁ ଦେବେ। ଯ଼େତେବେଳେ କି ଓଭରଟାଇମ 50 ଘଣ୍ଟାରୁ 125 ଘଣ୍ଟା ମଧ୍ୟରେ ସୀମିତ ରଖାଯାଇଛି।
ସେହିପରି କର୍ମଚାରୀଙ୍କର ବେସିକ ସାଲାରୀ ମୂଳ ସାଲାରୀର 50 ପ୍ରତିଶତରୁ ଅଧିକ ରହିବାକୁ ବାଧ୍ୟ । ଏମିତି ହେଲେ କର୍ମଚାରୀମାନେ ସେମାନଙ୍କ ଦରମାରୁ ଅଧିକ ଭାଗ ଇପିଏଫ ପାଇଁ ବଞ୍ଚାଇପାରିବେ। ସେହିପରି ଗ୍ରାଚୁଟି ପାଇଁ ଅଧିକ କଟାଯ଼ାଇପାରିବ। ଏହାଦ୍ବାରା କର୍ମଚାରୀଙ୍କ ମାସିକ ପ୍ରାପ୍ୟ କମିଯ଼ାଇପାରେ କିନ୍ତୁ ସେମାନଙ୍କର ସଞ୍ଚୟ ବୃଦ୍ଧି ପାଇବ ଏବଂ ସେମାନେ ଅବସର ପରେ ଅଧିକ ପେନସନ ପାଇପାରିବେ।
ସେହିପରି କର୍ମଚାରୀଙ୍କ ଛୁଟି ନିୟମରେ ମଧ୍ୟ ପରିବର୍ତ୍ତନ କରାଯ଼ାଇଛି। ଯ଼ଦିଓ ବର୍ଷକରେ ଜଣେ କର୍ମଚାରୀ ପାଉଥିବା ଛୁଟି ସମାନ ରହିଛି ।ତେବେ ଜଣେ କର୍ମଚାରୀ 45 ଦିନ ବଦଳରେ ଏବେ 20 ଦିନରେ ଛୁଟି ପାଇବାକୁ ଯ଼ୋଗ୍ୟ ହେବ।ଏଥିସହିତ ଜଣେ ନୂଆ କର୍ମଚାରୀ 180 ଦିନ କାମ କରିବା ପରେ ସେମାନେ ଛୁଟି ଲାଗି ଯ଼ୋଗ୍ୟ ହେବେ । ପୂର୍ବରୁ ଏହା 240 ଦିନ ଥିଲା।