ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ଉପକୃତ ହେବେ ଲକ୍ଷ ଲକ୍ଷ

ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି । କରୋନା କଟକଣା ଯ଼ୋଗୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ଥିତି ଦୋହଲି ଯାଇଥିବାରୁ ଏଥିରେ ସୁଧାର ଆଣିବା ଲାଗି ଏହି ପ୍ୟାକେଜ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳ ଗରିବ, ଆଦିମ ଜନଜାତି, ଖାଦ୍ୟ ସୁରକ୍ଷା ହିତାଧିକାରୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ।

କୋଭିଡ ୨ୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି। ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତି ଏହା ଦ୍ବାରା ଦୋହଲି ଗଲାଣି । ଏହାକୁ ବିଚାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ଆର୍ଥିକ ସହାୟତା ଦିଆଯ଼ିବ।  ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ। ଲାଗି ନିଷ୍ପତ୍ତି ହୋଇଛି। କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ।

କଣ ଏହି ପ୍ୟାକେଜ ଦ୍ବାରା ଆପଣ ଉପକୃତ ହେବେ କି । କରୋନା ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ଲାଗି ବିଶେଷ କରି ଗ୍ରାମାଞ୍ଚଳରେ ମହିଳାମାନେ କେମିତି ଅଧିକ କ୍ରିୟାଶୀଳ ହୋଇପାରିବେ ଏବଂ ରାଜ୍ୟ ସରକାର ଏ ବାବଦରେ କି କି ପଦକ୍ଷେପ ନେବା ଉଚିତ ଆପଣ କମେଣ୍ଟ ବକ୍ସରେ ଲେଖିପାରିବେ।

Leave a Reply

Your email address will not be published. Required fields are marked *