ଆସୁଛି ପିଲାଙ୍କ ପାଇଁ ଟିକା, କରୋନାରୁ ମିଳିବ ସୁରକ୍ଷା

କରୋନାର ତୃତୀୟ ଲହରକୁ ନେଇ ଆତଙ୍କ ଥମୁନାହିଁ। ବିଶେଷ କରି ଶିଶୁମାନଙ୍କ ସୁରକ୍ଷା ଉପରେ ଏବେ ସମସ୍ତେ ଚିନ୍ତିତ । ତେବେ କରୋନାରୁ ରକ୍ଷା ପାଇବା ପାଇଁ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଛି । ଆମଦେଶରେ କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଆସିନାହିଁ। ଏବେ ସେ ଚିନ୍ତା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। କାରଣ ପିଲାମାନଙ୍କ ପାଇଁ ବି ଆସିବାକୁ ଯାଉଛି ଟିକା। ଗୋଟିଏ ନୁହେଁ ଏକଥାରକେ ୪ଟି କରୋନା ଟିକା ପିଲାମାନଙ୍କ ପାଇଁ ଆସିବାର ସମ୍ଭାବନା ଦେଖାଦେଇଛି। ଏହି ଟିକାଗୁଡ଼ିକର ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି ।

Vaccin Syringe

ଭାରତ ବାୟୋଟେକ ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଜାରି ରଖିଛି। ଏଥିପାଇଁ ଦିଲ୍ଲୀର ଏମସରେ ଟିକା ପରୀକ୍ଷଣ କରାଯାଇଛି। ସେହିପରି ଅନ୍ୟ କିଛି କମ୍ପାନି ମଧ୍ୟ ଟିକା ପରୀକ୍ଷଣ ଜାରି ରଖିଛନ୍ତି। ଜୁଲାଇ ମାସରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଟିକାକରଣ କରାଯିବ ବୋଲି ଆଶା କରାଯାଉଛି। ପିଲାମାନଙ୍କ ପାଇଁ ପରୀକ୍ଷଣ ହେଉଥିବା ୪ଟିକା ମଧ୍ୟରୁ ଭାରତ ବାୟୋଟେକ୍‌ କମ୍ପାନୀର ଦୁଇଟି ଓ ଜାଇଡସ୍ କାଡ଼ିଲାର ଟିକା ଅଛି । ଅନ୍ୟପଟେ ସେରମ ଇନଷ୍ଟୁଚ୍ୟୁଟ୍ ମଧ୍ୟ ପିଲାମାନଙ୍କ ପାଇଁ ଟିକାର ପରୀକ୍ଷଣ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଯଦି ସବୁକିଛି ଠିକ୍ ରହେ ତେବେ ଜୁଲାଇ ମାସରେ ପିଲାମାନଙ୍କୁ ଟିକା ଦିଆଯିବ ବୋଲି କୁହାଯାଉଛି।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ବର୍ତ୍ତମାନ ବୟସ୍କଙ୍କୁ ଦିଆଯାଉଛି। ତେବେ ଏହା ପିଲାମାନଙ୍କ ଠାରେ ମଧ୍ୟ ଦେବାକୁ ପରୀକ୍ଷଣ ଜାରି ରହିଛି। ବୟସ୍କଙ୍କ କ୍ଷେତ୍ରରେ ଟିକା  ୭୮ ପ୍ରତିଶତ ପ୍ରଭାବୀ ରହିଛି। ପୁଣି ସେହି ଭାରତ ବାୟଟେକ୍‌ କମ୍ପାନୀର ଆଉ ନାସାଲ୍ ଭ୍ୟାକ୍ସିନ (BBV154)ର ମଧ୍ୟ ପରୀକ୍ଷା ଜାରି ରହିଛି।

ସେହିପରି ଜାଇଡସ କାଡିଲାର  ZyCov-D ଭ୍ୟାକ୍ସିନ୍‌ର ମଧ୍ୟ ପିଲାଙ୍କ ଉପରେ ପରୀକ୍ଷଣ ଜାରି ରହିଛି। ଅନ୍ୟପଟେ ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବା କୋଭାଭାକ୍ସ ଟିକାର ମଧ୍ୟ ପିଲାଙ୍କ ଉପରେ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ନୋଭାଭାକ୍ସ ଏହାର ପ୍ରସ୍ତୁତ କର୍ତ୍ତା। ଟିକାର ୯୦.୪ ପ୍ରତିଶତ ପ୍ରଭାବୀ ରହିଛି ବୋଲି କମ୍ପାନୀ ଦାବି କରିଛି।

Leave a Reply

Your email address will not be published. Required fields are marked *