ସିଂହକୁ କରୋନା , ଡେଲଟା ଭାଇରସରେ ଆକ୍ରାନ୍ତ

କୋଭିଡ ଭୂତାଣୁ ପାଇଁ ମଣିଷ କଲବଲ ହେଉଥିବା ବେଳେ ପଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ତାମିଲନାଡୁର ବାନ୍ଦାଲୁରର ଆରିଗନାର ଆନ୍ନା ଚିଡ଼ିଆ ଖାନାର 4 ସିଂହ ଡେଲଟା ଭାଇରସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି 4 ସିଂହଙ୍କ ଜେନୋମ ସିକ୍ବେନ୍ସିଂ କରାଯ଼ିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏମାନେ B.1.617.2 ବା ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଆରିଗନାର ଆନ୍ନା ଚିଡ଼ିଆ ଖାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

ପୂର୍ବରୁ ଏହି ଚିଡ଼ିଆ ଖାନାରେ ଦୁଇ ସିଂହଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ପ୍ରଥମେ ଜୁନ୍ 3 ତାରିଖରେ ଏକ 9 ବର୍ଷର ସିଂହୀ ନୀଳାର ମୃତ୍ୟୁ ହୋଇଥିଲା। ଏହା ପରେ 16 ତାରିଖରେ ସେହି ଚିଡ଼ିଆଖାନାରେ 12 ବର୍ଷର ସିଂହ ପତବାନାତନ କରୋନାରେ ପ୍ରାଣ ହରାଇଥିଲା। ଜୁନ୍ 3 ତାରିଖରେ ପତବାନାତନ କରୋନା ପଜିଟିଭ ଜଣା ପଡ଼ିବା ପରେ ତାର ଚିକିତ୍ସାକୁ ତ୍ବରାନ୍ବିତ କରାଯ଼ାଇଥିଲା । ପରେ ପରେ ଚିଡ଼ିଆ ଖାନାରେ ଥିବା ଅନ୍ୟ ସିଂହମାନଙ୍କର ପରୀକ୍ଷା ଉପରେ ଧ୍ୟାନ ଦିଆଯାଇଥିଲା । ତେବେ 16 ତାରିଖରେ ପତବାତନ ସିଂହର ମୃତ୍ୟୁ ହୋଇଥିଲା

11ଟି ସିଂହର ସାମ୍ପଲ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମାଲ ଡିଜିଜ ନିସାଦକୁ ପଠାଯାଇଥିଲା। ଭୋପାଳର ନିସାଦ ସଂସ୍ଥା ସ୍ପଷ୍ଟ କରିଛି ଯେ ଆସିଥିବା ସାମ୍ପଲ ମଧ୍ୟରୁ 4ଟି ସିଂହଙ୍କଠାରେ ଡେଲଟା ଭ୍ୟାରିଆଣ୍ଟ ଭାଇରସ ରହିଛି।

Leave a Reply

Your email address will not be published. Required fields are marked *