ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ- ଭାର୍ଗବ

ଅଧା ଶିଶୁଙ୍କ ନିକଟରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଲାଣି । ଏମିତିକି ଶିଶୁମାନଙ୍କ ଠାରେ ଭାଇରାଲ ରୋଗ ପ୍ରତିରୋଧ କ୍ଷମତା ଅଧିକ ଥାଏ । ତେଣୁ ଯ଼ଦି ସ୍କୁଲ ଖୋଲିବା କଥା ଚିନ୍ତା କରାଯ଼ାଏ ତେବେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ଉଚିତ। ଏମିତି କିଛି ମତ ଦେଇଛି ଭାରତର ଚିକିତ୍ସା ଗବେଷଣା ସଂସ୍ଥା ଆଇସିଏମଆର । ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ଚତୁର୍ଥ ସେରୋ ସର୍ଭେ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଦୁଇ ତୃତୀୟାଂଶ ଲୋକଙ୍କ ନିକଟରେ ଆଣ୍ଟିବଡି ସୃଷ୍ଟି ହେଲାଣି। ଯାହାକି କରୋନା ନିକଟରୁ ସେମାନଙ୍କୁ ସୁରକ୍ଷା ଦେଇପାରୁଛି। ହେଲେ ଏବେବି 40 କୋଟି ଲୋକ କରୋନା ସଂକ୍ରମିତ ହେବା ଆଶଙ୍କିତ ଗ୍ରୁପରେ ରହିଥିବା ଏହି ସେରୋ ସର୍ଭେରେ କୁହାଯାଇଛି।

ଜୁନ ଜୁଲାଇ ମାସରେ 21ଟି ରାଜ୍ୟର 36227 ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଯେଉଁଥିରୁ ଜଣାଯାଇଥିଲା ଯେ 67 . 6 ପ୍ରତିଶତ ଲୋକଙ୍କ ନିକଟରେ କରୋନା ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହେଇ ସାରିଲାଣି। 6ରୁ 17 ବୟସ ମଧ୍ୟରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଅର୍ଦ୍ଧାଧିକଙ୍କ ଠାରେ ଏହି ରୋଗ ପ୍ରତିରୋଧକ ସୃଷ୍ଟି ହୋଇଥିବା ଦେଖାଯାଇଛି। ଆଗକୁ ତୃତୀୟ ଲହର ଆସୁଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ବାରମ୍ବାର ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ 18 ବର୍ଷରୁ କମ ବର୍ଗକୁ ନେଇ ଏହି ସେରୋ ସର୍ଭେ କରାଯାଇଥିଲା।

ପୂର୍ବରୁ ମୁମ୍ବାଇରେ କରାଯାଇଥିବା ସର୍ଭେରେ 51.18 ପ୍ରତିଶତଙ୍କଠାରେ ଆଣ୍ଟିବଡି ପରିଲକ୍ଷିତ ହୋଇଥିଲା। ଏହା ପୂର୍ବରୁ ପ୍ରଥମ ଲହର ସମଯରେ ଦୁଇଟି ସେରୋ ସର୍ଭେ କରାଯ଼ାଇଥିଲା ଗତବର୍ଷ ମେ ଜୁନ ମାସରେ ।ଏହି ସମୟରେ ଦେଶରେ ମେ ମାସରେ 7. 1 ଏବଂ ଜୁନ ମାସରେ 0ଦଶମିକ 7 ପ୍ରତିଶତ ଆଣ୍ଟିବଡି ପରିଲକ୍ଷିତ ହୋଇଥିଲା। ତେବେ ଚତୁର୍ଥ ସେରୋ ସର୍ଭେରେ ଏତେ ସଂଖ୍ୟାରେ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହେବା ଏକ ଶୁଭ ସଙ୍କେତ ଦେଇଛି।

ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି ଯେ କୋଭିଡ ସମୟରେ କିଛି ସ୍କାଣ୍ଡିନାଭିଆନ ଦେଶ ସେମାନଙ୍କର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଆଦୌ ବନ୍ଦ କରିନାହାନ୍ତି। ତେଣୁ କର୍ମଚାରୀ ଓ ଶିକ୍ଷକମାନଙ୍କୁ ଟିକା ଦିଆଯ଼ିବା ପରେ ପ୍ରାଥମିକ ସ୍କୁଲ ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ଏହାବାଦ ଗତବର୍ଷ ଠାରୁ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କର ପାଠ ପଢ଼ା ବହୁ ମାତ୍ରାରେ ପଛେଇ ଯାଇଥିବାରୁ ସ୍କୁଲ ଖୋଲିବା ବାବଦରେ ନିଷ୍ପତ୍ତି ନେବାରେ ଗୁରୁତ୍ବ ଦିଆଯାଇପାରେ। କଣ କହିଛନ୍ତି ଭାର୍ଗବ ଶୁଣନ୍ତୁ…

ଏହା ଛଡ଼ା ଶିଶୁମାନଙ୍କ ଠାରେ ଆପେ ଆଣ୍ଟିବଡି ସୃଷ୍ଟି ହେବା ନେଇ ଆଇସିଏମଆର ସୂଚନା ଦେବା ଦ୍ବାରା ଆଗକୁ କୋଭିଡ ନିୟମାବଳୀ ନିର୍ଦ୍ଧାରଣରେ ପରିବର୍ତ୍ତନ ଆସିପାରେ। ଆପଣଙ୍କୁ ଏହି ଲେଖାଟି ଗୁରୁତ୍ବପୂର୍ଣ୍ଣ ଲାଗିଥିଲେ ନିଶ୍ଚୟ ସେୟାର କରନ୍ତୁ କିମ୍ବା ଲାଇକ ବା କମେଣ୍ଟ କରନ୍ତୁ।

Leave a Reply

Your email address will not be published. Required fields are marked *